ଜିଲ୍ଲା ଆଦିବାସୀ ଭବନ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।


କଳାହାଣ୍ଡି:୦୪/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ବୁଧବାର କୋକସରା ଠାରେ ଆସନ୍ତା ୧୨/୦୬ ରେ କନ୍ଧ ବାନ୍ଧୋପଳା ଜିଲ୍ଲା ଆଦିବାସୀ ନବ ନିର୍ମିତ ଭବନ ର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ବେଳେ ଏ ସଂକ୍ରାନ୍ତରେ କୋକସରା ବ୍ଲକ ଆଦିବାସୀ ସଂଘ ର ସଭାପତି ହେମନ୍ତ କୁମାର ମାଝୀ ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ଚକ୍ର ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘ ର ସାଧାରଣ ସମ୍ପାଦକ ତ୍ରିନାଥ ଶବର, କ୍ଷେତିରାମ ପାତ୍ର,ଗରୁଡ଼ ଧ୍ଵଜ ମାଝୀ,ନୀଳକଣ୍ଠ ମାଝୀ, ଜୟଲାଲ ନାଏକ,ଭୁବନେଶ୍ୱର ଦିଶାରୀ, ସନ୍ଥ ନାଏକ, କେତନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଆଦିବାସୀ ସଂଘ ର ଏହି ପ୍ରତିଷ୍ଠା ଉତ୍ସଵ ରେ ବ୍ଲକ ସଙ୍ଘ ପକ୍ଷରୁ ଯୋଗଦାନ କରିବାକୁ ମତ ପ୍ରକାଶ ପାଇଛି।