Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ କଳାହାଣ୍ଡି ଜିଲ୍ଲାର ୯ ଜଣ ପ୍ରକୃତି ପ୍ରେମୀ।

କଳାହାଣ୍ଡି,୦୫/୦୬
ବିଶ୍ଵ ପର୍ଯ୍ୟାବରଣ ଦିବସ ଅବସରରେ ଚଳିତ ବର୍ଷର କଳାହାଣ୍ଡି ଜିଲ୍ଲାର ୯ ଜଣ ପ୍ରକୃତି ପ୍ରେମୀ ଯୁବକ ଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଭବାନୀପାଟଣା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ, ଜଙ୍ଗଲ ବିଭାଗ ଅଧିକାରୀ,ପରିବେଶବିଦ ମାନେ ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରୁ ଯଶୋବନ୍ତ ରଣା, ଧର୍ମଗଡ଼ ବ୍ଲକ ରୁ ସୁଧୀର ରଞ୍ଜନ ଗୋପାଳ, ଗୋଳାମୁଣ୍ଡା ବ୍ଲକ ରୁ ଲବଣି ଚନ୍ଦନ, ଜୁନାଗଡ଼ ବ୍ଲକ ରୁ ପ୍ରମୋଦ କୁମାର ବିଶି,କର୍ଲାମୁଣ୍ଡା ବ୍ଲକ ରୁ ଶରତ କୁମାର ସାହୁ, କେସିଙ୍ଗା ବ୍ଲକ ରୁ ଅଭୟ କୁମାର ଦେବତା,କୋକସରା ବ୍ଲକ ରୁ ଚରଣ ସିଂ ବାଗ,ମ.ରାମପୁର ବ୍ଲକ ରୁ ଲଳିତ ମୋହନ ଭୋଇ ଓ ନର୍ଲା ବ୍ଲକ ରୁ ବସନ୍ତ କୁମାର ସାମନ୍ତରାୟ ଙ୍କୁ ଚଳିତ ବର୍ଷ ର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଯୁବକ ମାନେ ବ୍ଲକ ଅଞ୍ଚଳ ର ବିଭିନ୍ନ ଗ୍ରାମୀଣ ଗୋଷ୍ଠୀ ତଥା ଯୁବ ଅନୁଷ୍ଠାନ ସହଯୋଗ ରେ ଗାଁ ରାସ୍ତା,ସ୍କୁଲ କଲେଜ,ପୋଖରୀ,ଗ୍ରାପ ତଥା ବିଭିନ୍ନ ଅନୁଷ୍ଠାନ ଆଦି ସ୍ଥାନରେ ବୃକ୍ଷରୋପଣ ବ୍ୟବସ୍ଥା,ତଥା ଜଳବାୟୁର ସ୍ଥିରତା ଅଭ୍ୟାସ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ବନଗ୍ନି ସଚେତନତା କାର୍ଯ୍ୟକ୍ରମ,ମୃତ୍ତିକା ସଂରକ୍ଷଣ,ଜଳ ସଂରକ୍ଷଣ,ବନ୍ୟଜନ୍ତୁ ସରୀସୃପ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ପାନୀୟ ଜଳ ବ୍ୟବସ୍ଥା,ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ,ବିଶ୍ୱ ପରିବେଶ ଦିବସ ର ସଚେତନତା ବାର୍ତା ଦେବା ସହ ବନାଗ୍ନି କୁ କିପରି ରୋକି ପାରିବେ ଏ ସମ୍ବନ୍ଧରେ ଜନ ମାନସ ରେ ସଚେତନତା କାର୍ଯ୍ୟକ୍ରମ କରି ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପରିବେଶ ସୁରକ୍ଷା ରେ ବଳିଷ୍ଠ ଯୋଗଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା “ପ୍ରକୃତି ବନ୍ଧୁ ” ପୁରସ୍କାର ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ