Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହେଲେ ଚରଣ ସିଂ ବାଗ।

କଳାହାଣ୍ଡି,୦୫/୦୬
ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ ଅବସରରେ ଚଳିତ ବର୍ଷର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ର ୯ ଜଣ ଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି।ତନ୍ମଧ୍ୟରୁ କୋକସରା ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗ୍ରାମ ର ଚରଣ ସିଂ ବାଗ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯାଇଛି।ଭବାନୀପାଟଣା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ, ଜଙ୍ଗଲ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ମାନପତ୍ର ସହ ସମ୍ବର୍ଦ୍ଧନା ଜଣାଇଥିଲେ। କୋକସରା ବ୍ଲକ ତଥା ଆଖ ପାଖ ଅଞ୍ଚଳକୁ ଯାଇ ବିଭିନ୍ନ ଗ୍ରାମୀଣ ଗୋଷ୍ଠୀ ତଥା ଯୁବ ଅନୁଷ୍ଠାନ ସହଯୋଗ ରେ ଗାଁ ରାସ୍ତା,ସ୍କୁଲ କଲେଜ,ପୋଖରୀ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦି ସ୍ଥାନରେ ବୃକ୍ଷରୋପଣ ବ୍ୟବସ୍ଥା,ତଥା ଜଳବାୟୁର ସ୍ଥିରତା ଅଭ୍ୟାସ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ବନଗ୍ନି ସଚେତନତା କାର୍ଯ୍ୟକ୍ରମ,ମୃତ୍ତିକା ସଂରକ୍ଷଣ,ଜଳ ସଂରକ୍ଷଣ,ବନ୍ୟଜନ୍ତୁ ସରୀସୃପ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ପାନୀୟ ଜଳ ବ୍ୟବସ୍ଥା,ଜଳବାୟୁ ଉପଯୋଗୀ କୃଷି ଅଭ୍ୟାସ,ବିଶ୍ୱ ପରିବେଶ ଦିବସ ର ସଚେତନତା ବାର୍ତା ଦେବା ସହ ବନାଗ୍ନି କୁ କିପରି ରୋକି ପାରିବେ ଏ ସମ୍ବନ୍ଧରେ ଜନ ସଚେତନତା କାର୍ଯ୍ୟକ୍ରମ ମାନ କରିଛନ୍ତି । ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରିଥିବାରୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା “ପ୍ରକୃତି ବନ୍ଧୁ ” ପୁରସ୍କାର ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ