Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

କଳାହାଣ୍ଡି,୦୬/୦୬
ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ କରିବା ପାଇଁ ଅନେକ ଯୋଜନା ରୂପାନ୍ତରିତ କରାଯାଇଛି। ଏହି କ୍ରମ ରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। କୋକସରା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ସଭାଗୃହ ରେ ଗୁରୁବାର ଏନେଇ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର କର୍ମଚାରୀ ସୋନିଆ ହେମ୍ରମ, ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଉପସ୍ଥିତ ରହି ମିଶନ ଶକ୍ତି ଗ୍ରାମାଞ୍ଚଳର ମହିଳା ଙ୍କୁ ସ୍ୱାବଲମ୍ବୀ କରିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରିଦର୍ଶିତା ରେ ନିଜକୁ ସହଭାଗୀ କରି ବ୍ଲକ ପାଇଁ ସୁନାମ ଆଣିଥିବା କହିଥିଲେ। ଏହି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ବ୍ଲକ ର ୫୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଂଶଗ୍ରହଣ କରି ମାଣ୍ଡିଆ ଓ ଅନ୍ୟ ଖାଦ୍ୟଶସ୍ୟ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟର ସୁସ୍ୱାଦୁ ବ୍ୟଞ୍ଜନ ପ୍ରଦର୍ଶିତ କରିଥିଲେ।ଏହି ପ୍ରତିଯୋଗିତାରେ ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ,ମା ଲକ୍ଷ୍ମୀ ନାରାୟଣୀ ଗୋଷ୍ଟି ଦ୍ଵିତୀୟ ଓ କାଲିକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।କାର୍ଯ୍ୟକ୍ରମ କୁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଞ୍ଜନ ବାରିକ,କର୍ମଚାରୀ ମନୋରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ