Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ବୋଲ ମାନୁନାହିଁ ଟ୍ରାଫିକ ସମସ୍ୟା, କେବେ ସୁଧିରିବଟ୍ରାଫିକ ବ୍ୟବସ୍ଥା,ନିଦାବିଷ୍ଣୁ ପୁଲିସ ପ୍ରଶାସନ।

କଳାହାଣ୍ଡି୦୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ ପଞ୍ଚାୟତ ର ଲଡୁଗାଁ ହେଉଛି ଏକ କ୍ରମ ବର୍ଦ୍ଧିତ ବ୍ୟବସାୟିକ ପେଣ୍ଠସ୍ଥଳି, ସହର ଯେତେ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା ସେତେ ଜଟିଳ ହେଉଛି। ଲଡୁଗାଁ ରେ ରହିଛି ଅନେକ ଶିଳ୍ପାନୁଷ୍ଠାନ, କଳକାରଖାନା, ୧୨ ରୁ ଉର୍ଦ୍ଧ୍ବ ରାଇସ ମିଳ ଓ ଅନେକ ମାଳଗୋଦାମ ରହିଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟା ରେ ଗାଡି ମୋଟେର ଲଡୁଗାଁ ସହର ଦେଇ ଯାତାୟାତ କରୁଛି। ତେବେ ଲଡୁଗାଁ କଲେଜ ଛକ ରୁ ଆମ୍ବେଦକର ପଡା ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ଵରେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଜବରଦଖଲ କରି ରାସ୍ତା କୁ ମାଡି ବସିଥିବା ବେଳେ ରାସ୍ତା ସଙ୍କୁଚିତ ହେବା ଫଳରେ ରାସ୍ତା ରେ ଦିନ ତମାମ ଟ୍ରାଫିକ ସମସ୍ୟା ଲାଗି ରହୁଥାଏ। ଶିଳ୍ପାନୁଷ୍ଠାନ ସହ କଳ କାରଖାନା, ଦୋକାନ ବଜାର ଯୋଗୁଁ ଦୈନିକ ଶତାଧିକ ଭାରିଯାନ ଗାଡିମୋଟର ରାସ୍ତା ରେ ଯାତାୟାତ ଫଳରେ ରାସ୍ତା ରେ ସାଇଡ ଦେବା ମୁସ୍କିଲ ହୋଇପଡେ। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ରେ ଲୋକେ ଅଟକି ରହିବା ଦେଖିବାକୁ ମିଳେ। ଏମିତିକି ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ କୁ ମଧ୍ୟ ରୋଗୀ ନେଇ ଯିବା ସମୟରେ ଦିର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡେ। ଲଡୁଗାଁ ଏକ ପଞ୍ଚାୟତ ସଦର ମହକୁମା ହୋଇଥିବା ବେଳେ ପଞ୍ଚାୟତ ର ଜନସଂଖ୍ୟା ୧୦ ହଜାର ରୁ ଉର୍ଦ୍ଧ୍ବ ରହିଛି। କୋକସରା ପୋଲିସ ଥାନା ଅଧୀନ ରେ ଥିବା ଲଡୁଗାଁ ରେ ଏକ ପୋଲିସ ଫାଣ୍ଡି ପାଇଁ ପଞ୍ଚାୟତ ବାସୀ ଦିର୍ଘ ଦିନ ହେବ ଦାବି କରି ଆସୁଛନ୍ତି, ଫାଣ୍ଡି ହେଲେ ଟ୍ରାଫିକ ନିୟନ୍ତ୍ରଣ ରେ କିଛି ସୁଧାର ଆସିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ କହିଛନ୍ତି। କୋକସରା ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଠୋସ ବ୍ୟବସ୍ଥା ନାହିଁ, କେବଳ ଜଣେ ଦୁଇ ଜଣ ହୋମ ଗାର୍ଡ ଙ୍କ ହାତରେ ଟ୍ରାଫିକ ନିୟନ୍ତ୍ରଣ ପରିଚାଳନା ରହୁଥିବା ବେଳେ ଏହା କେବଳ ନାଁ କୁ ମାତ୍ର ବୋଳି ଲୋକେ ଅଭିଯୋଗ କରିଛନ୍ତି ।
ଜାତୀୟ ରାଜପଥ ୨୬ ମହାଜନଗୁଡା ରୁ ଜୟପାଟଣା କୁ ରାସ୍ତା ସଂଯୋଗ କରୁଥିବା ବେଳେ ପ୍ରତିଦିନ ଏହି ରୁଟରେ ଅନେକ ଗାଡି ଚଳାଚଳ କରିଥାଏ। ଲଡୁଗାଁ ସହର ବାହାର ଦେଇ ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଛି, ହେଲେ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ।ଗଣମାଧ୍ୟମ ରେ ରୀତିମତ ଖବର ପ୍ରକାଶିତ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ଯାଇନାହିଁ। ଟ୍ରାଫିକ ସମସ୍ୟା କୁ କେମିତି ପ୍ରତିହତ କରିହେବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନ ଅକ୍ତିଆର କରିଥିବା ଜାଗା କୁ ଜବର ଦଖଲ ଉଚ୍ଛେଦ କରି ଟ୍ରାଫିକ ସମସ୍ୟା କୁ ଦୁର କରିବାକୁ ଅଞ୍ଚଳ ର ଜନ ସାଧାରଣ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ