Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଗୀସେବା ପାଇଁ ରକ୍ତଦାନ କରି ଜନ୍ମ ଦିନ ପାଳିଲେ ଦମ୍ପତ୍ତି, ସାଜିଲେ ଅନ୍ୟ ଙ୍କ ପାଇଁ ଉଦାହରଣ।

କଳାହାଣ୍ଡି,୦୮/୦୬
ଜନ୍ମ ଦିନ ରେ କିଏ ମନ୍ଦିର ରେ ଭଗବାନ ଦର୍ଶନ କରି ନିଜର ଜନ୍ମ ଦିନ ପାଳନ କରୁଥିବା ବେଳେ ଆଉ କିଏ ସାଙ୍ଗସାଥି ଙ୍କ ସହ ରେଷ୍ଟୁରାଣ୍ଟ ରେ ହାପି ବାର୍ଥ ଡେ ଖିଆପିଆ କରି, ବୁଲାବୁଲି କରି ନିଜର ଜନ୍ମ ଦିନ ପାଳନ କରୁଥିବା ବେଳେ ରୋଗୀ ଙ୍କ ସେବା ପାଇଁ ସ୍ଵାମୀ ଓ ସ୍ତ୍ରୀ ନିଜର ରକ୍ତଦାନ କରି ଜନ୍ମ ଦିନ କୁ ସ୍ମରଣୀୟ କରିଥିବା ଭଳି ଏକ ନିଆଁରା ଘଟଣା ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ବାଙ୍କିମୁଣ୍ଡା ଗ୍ରାମ ର ଭୋଳାନାଥ ଭର୍ତିଆ ଓ ତାଙ୍କ ଧର୍ମପତ୍ନୀ ବାସନ୍ତି ସୁନାନୀ ସ୍ୱାମୀଙ୍କ ୪୪ ତମ ଜନ୍ମଦିନ ରେ ଧର୍ମଗଡ଼ ରକ୍ତ ଭଣ୍ଡାର ରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜରୁରୀକାଳୀନ ରୋଗୀ ଙ୍କ ପାଇଁ ଜନ୍ମଦିନ କୁ ସମର୍ପିତ କରିଛନ୍ତି। ଭୋଳାନାଥ ଭର୍ତିଆ ପେଶା ରେ କୋକସରା ଥାନା ଅଧୀନରେ ଜଣେ ଗ୍ରାମରକ୍ଷୀ ଥିବା ବେଳେ ତାଙ୍କ ପତ୍ନୀ ବାସନ୍ତୀ ବେହେରା ପଞ୍ଚାୟତ ଗଇତାପଡା ଅଙ୍ଗନୱ।ଡି କେନ୍ଦ୍ର ରେ କର୍ମି ରହିଛନ୍ତି। ଭୋଳାନାଥ ଗ୍ରାମରକ୍ଷୀ ଭାବେ ନିୟୋଜିତ ହୋଇ ୨୫ ବର୍ଷ ହୋଇଥିବା ବେଳେ ପୁଲିସ ଚାକିରୀ ରେ ରକ୍ତଦାନ ର ମହତ୍ତ୍ୱ କୁ ବୁଝିଛନ୍ତି। ସେ ୪୪ ବର୍ଷ ମଧ୍ୟରେ ୨୫ ଥର ରକ୍ତଦାନ କରି ରୋଗୀ ଙ୍କ ଜୀବନ ରକ୍ଷା କରିବାରେ ଗୁଣ୍ଡୁଚି ମୁଷା ଭଳି କାର୍ଯ୍ୟ କରି ଅଞ୍ଚଳ ରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସ୍ଵାମୀ ଙ୍କ ଜନ୍ମ ଦିନ ରେ ସ୍ୱାମୀ ଙ୍କ ମନୋବଳ ବଢାଇବାକୁ ଦୁଇ ପାଦ ଆଗେ ଯାଇ ତାଙ୍କ ପତ୍ନୀ ମଧ୍ୟ ରକ୍ତଦାନ କରିଥିଲେ। ଧର୍ମଗଡ଼ ରକ୍ତ ଭଣ୍ଡାର ରେ ଦମ୍ପତ୍ତି ପହଞ୍ଚି ରକ୍ତଦାନ କରି ସମାଜ କୁ ଜନ୍ମଦିନ ରେ କିଛି ମାନବସେବା କାର୍ଯ୍ୟ କରି ନିଜର ଜନ୍ମଦିନ ପାଳନ କରିବାକୁ ଏକ ନିଆଁରା ବାର୍ତ୍ତା ଦେଇଛନ୍ତି।ଏହି ସମୟରେ ରକ୍ତଦାନ ସେବା ରେ ସମର୍ପିତ ସୋସିଆଲ ୱେଲ ଫେୟାର ସଙ୍ଗଠନ ର ସ୍ବେଚ୍ଛାସେବୀ ଉମାକାନ୍ତ ସୁନାନୀ,ସାମ୍ବାଦିକ ଢଗ ନାଏକ, ବାଳକୃଷ୍ଣ ନାଏକ ଓ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିଥିବା ଦମ୍ପତ୍ତି ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ