Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ। ଏଥିରେ ବ୍ଲକ ରୁ ମୋଟ ୨୩ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇଥିବା ବେଳେ ମୋଟ ୭୦ ରୁ ଅଧିକ ସଭ୍ୟା ଉପସ୍ଥିତ ଥିଲେ। ମୁଖ୍ୟଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଯୋଗଦେଇଥିବା ସହ ବିଚାରକ କାର୍ଯ୍ୟ ମଧ୍ୟ ତୁଲେଇ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରଭିଣା ଵିଲୁଙ୍ଗ, ଏବିଇଓ ଦେବକୀ ନାୟକ ପ୍ରମୁଖ ଯୋଗଦେଇ ବିଚାରକ ଭାବେ କାର୍ଯ୍ୟ ତୁଲାଇଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରୀତା ଭୋଇ, ସିଡ଼ିପିଓ ମମତା ପଟେଲ, ଭାଜପା ଗୁଣ୍ଡୁରୁଚୁଆଁ ମଣ୍ଡଳ ସଭାପତି ମନୋଜ ନାୟକ, ଭାଜପା ଜମନକିରା ମଣ୍ଡଳ ସଭାପତି ବିଜୟ କୁମାର ନାୟକ ପ୍ରମୁଖ ମଞ୍ଚଷିନ ଥିଲେ। ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଫାଶିମାଲ ପଞ୍ଚାୟତ ଗରିଆବହାଲ ର ଦୂର୍ଗେଶ୍ୱରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଅଧିକାର କରିଥିଲେ। ଏମାନଙ୍କୁ ୫ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଖାଦ୍ୟ ପ୍ରତିଯୋଗିତା ସଂପୃକ୍ତ ଗୋଷ୍ଟିର ମଉନ ପଟେଲ, ସୌଦାମିନୀ ବଗର୍ତ୍ତି ଏବଂ ଲିନା ପଟେଲ ପ୍ରମୁଖ ଖାଦ୍ୟ ପ୍ରସ୍ତୁତି କରିଥିଲେ। ସେହିପରି ଦ୍ବିତୀୟ ସ୍ଥାନ ଭୋଜପୁର ପଞ୍ଚାୟତ ରେଙ୍ଗଲବେଡା ଗାଁର ଶକ୍ତି (କ) ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଅଧିକାର କରିଥିଲେ। ଏହି ଖାଦ୍ୟ ପ୍ରସ୍ତୁତି ରେ ଗୋଷ୍ଠୀର ମଞ୍ଜୁଲତା ବେହେରା, ସୁଚିତ୍ରା ବେହେରା ଏବଂ ରୁକ୍ମଣୀ ବେହେରା ପ୍ରମୁଖ ସାମିଲ ଥିଲେ। ଅନ୍ୟ ପକ୍ଷରେ ବିଡ଼ିଓଙ୍କ ପକ୍ଷରୁ ଦୁଇଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତୃତୀୟ ସ୍ଥାନ ପାଇଁ ଚୟନ କରାଯାଇଥିଲା। ତୃତୀୟ ସ୍ଥାନ ହାସଲ କରିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହେଲେ ଜମନକିରା ର ଶ୍ରୀଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ବଡ଼ରମା ର ବୈଶ୍ନୋଦେବୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଶ୍ରୀଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ବିଜୟାଲକ୍ଷ୍ମୀ ଦାନୀ ଏବଂ ସମ୍ପାଦିକା ପ୍ରତିଭା ନାୟକ ଖାଦ୍ୟ ପ୍ରସ୍ତୁତି କରିଥିଲେ। କାର୍ଯ୍ୟକ୍ରମ କୁ ମିଶନ ଶକ୍ତି ର ବିପିସି ପ୍ରଫୁଲ୍ଲ କିଣ୍ଡୋ, ଚୂଡ଼ାମଣି ପ୍ରଧାନ, ଓଡ଼ିଶା ଜୀବିକା ମିଶନ ର ବିପିଏମ ଦାୟିତ୍ୱରେ ଥିବା ସରୋଜ କୁମାର ମିଶ୍ର, ବିଏଲସି ଅକ୍ଷୟ ଟପୋ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବ୍ଲକ ଅଧିକାରୀ, କର୍ମଚାରୀ, ଏମ୍ବିକେ, ସିଆରପି, କୃଷୀମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ