ଜମନକିରା ବ୍ଲକ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ
 
        ଜମନକିରା : ଜମନକିରା ବ୍ଲକରେ କୃଷି ବିଭାଗ ତରଫରୁ ଦୁଇଟି ପର୍ଯ୍ୟାୟରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଜମନକିରା ବ୍ଲକ ଅଧିନସ୍ଥ କୁଲୁଣ୍ଡି, ମୁଢେନପାଲି, ଖରସନମାଲ ପଞ୍ଚାୟତରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଜମନକିରା ସମେତ ଟିକିଲିପଡ଼ା ଏବଂ କଟଙ୍ଗପାଣୀ ରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ଏହି ଅଭିଯାନ ମାଧ୍ୟମରେ ଚାଷୀ ମାନଙ୍କୁ ନୂତନ କୃଷି ପଦ୍ଧତି, ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା, ରୋଗ ପୋକ ପରିଚାଳନା, ମତ୍ସ୍ୟ ଚାଷ ଏବଂ ତାର ଉପାଦାନ ପଦ୍ଧତି, ବିଭିନ୍ନ ଚାଷ ପଦ୍ଧତିରେ ଆସୁଥିବା ସମସ୍ୟା ଓ ତାର ନିରାକରଣ ସହ ବିଭିନ୍ନ ସରକାରୀ ଯୋଜନା ଉପରେ ଚାଷୀ ମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଗୁଡିକରେ କୃଷି ଗବେଷଣା କେନ୍ଦ୍ରରୁ ଡ. ଲତା ମଲ୍ଲିକ, ଡ. ଆଦିତ୍ୟ ପଢ଼ିଆରୀ, ଡ. ଲିଙ୍ଗରାଜ ଦୀପ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କୁ ସଚେତନତା କରେଇଥିବା ବେଳେ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ କେନ୍ଦ୍ରର ବିଶେଷଜ୍ଞ ଡ. ଡି. ପଣ୍ଡା ଜୀବ ପାଳନ ଉପରେ ସଚେତନ କରେଇଥିଲେ। ଗୋଷ୍ଠୀ କୃଷି ଅଧିକାରୀ କାଦମ୍ବିନୀ ଶତପଥୀ କାର୍ଯ୍ୟକ୍ରମ ଗୁଡ଼ିକ କୁ ପରିଚାଳନା କରିଥିବା ବେଳେ ସହକାରୀ କୃଷି ଅଧିକାରୀ ତନ୍ମୟ କୁମାର ମୁର୍ମୁ ପରିଚାଳନାରେ ସହଯୋଗ କରିଥିଲେ। କୃଷି ଅଧିଦର୍ଶକ ହିମାଂଶୁ ମହାନ୍ତି, ଲୀଳାବତୀ ଗଡ଼ନାୟକ, ଜ୍ୟୋତ୍ସ୍ନା ଭୋଇ, ଅଞ୍ଜୁଲତା ନାଏକ, ପ୍ରସନ୍ନ ଶତପଥୀ ଏବଂ ଗ୍ରାମ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର କିଷାନ, ଔଷଧିଷ ଦନ୍ତା, ସୁଭ୍ରଜିତ ବେହେରା ଏବଂ ଆକାଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ତଦାରଖରେ ସହଯୋଗ କରିଥିଲେ।

 
                        
 
                                 
                                 
                                 
                                 
                                