Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ଓଡ଼ିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଜମନକିରାରେ ସଂକଳ୍ପ ସଭା ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁରୁଣା ଥାନା ପଡ଼ିଆରେ ଆଜି କେନ୍ଦ୍ର ସରକାରଙ୍କ ୧୧ବର୍ଷ ଏବଂ ଓଡ଼ିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସଂକଳ୍ପ ସଭା ଅନୁଷ୍ଠିତ
ହୋଇଥିଲା। ଏଥିରେ ଜମନକିରା ପଞ୍ଚାୟତ ରୁ ମୋଟ ୩୮୭ ଜଣ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୭୭ ଜଣଙ୍କୁ ସିଧା ସଳଖ ସେବା ପ୍ରଦାନ କରାଯାଇଥିଲା। ଆନ୍ତୋଦୟ ଘର ୯ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ୩ ଜଣଙ୍କୁ ଶ୍ରମିକ କାର୍ଡ, ୧୪ ଜଣଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୨ ଜଣଙ୍କୁ ପଟ୍ଟା ପ୍ରଦାନ, ୧୩ ଜଣଙ୍କୁ ଜାତି ଓ ରେସିଦେନ୍ସ ସର୍ଟିଫିକଟ ପ୍ରଦାନ କରାଯାଇଥିଲା।୭୦ ବର୍ଷରୁ ଅଧିକ ବୟସ୍କ ଙ୍କୁ ବିୟୋ ବନ୍ଦନା ଯୋଜନାରେ ୫୭ ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ସରଡା ପଞ୍ଚାୟତର ୨୧୬ ଜଣଙ୍କୁ ସେବା ପ୍ରଦାନ କରାଯାଇଥିଲା। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଏବଂ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ