Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

11 କେଭି ତାର ଚୋରୀ କରି 5 ଗିରଫ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମରୁ 11 କେଭି ତାର ଚୋରି କରି ପାଞ୍ଚ ଜଣ ଗିରଫ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲା ବନହର ପାଲି ଥାନା ଅନ୍ତର୍ଗତ ବାଗାବାହାଲ ଗ୍ରାମର ଅକ୍ଷୟ କିଷାନ, କୈଳାସ କିଷାନ, କୈଳାସ କିଷାନ @ କୁନୁ ଏବଂ ପ୍ରେମାନନ୍ଦ କିଷାନ ଓ ଠେଇଲକଲୋଇ ଥାନା ଅନ୍ତର୍ଗତ ତିଲେଇମାଲ ଗ୍ରାମର ଆଶିଷ ସାହୁ ଗତ ୦୬.୦୬.୨୦୨୫ ଦିନ ପ୍ରାୟ ୧୨.୪୬ ସମୟରେ ଲାରିପାଲି ଚମାରପଡ଼ାରୁ ଏବଂ ୧୦.୦୬.୨୦୨୫ ଦିନ ମଧ୍ୟରାତ୍ରିରେ ରାମାପଡ଼ାରୁ ୧୧kv ବୈଦ୍ୟୁତିକ କଣ୍ଡକ୍ଟର ଆଲୁମିନିୟମ ତାର ଏବଂ ୩୪ mm ବର୍ଗ AAAC, ୧୧KV ବୈଦ୍ୟୁତିକ କଣ୍ଡକ୍ଟର ଆଲୁମିନିୟମ ତାର ଚୋରି କରିଥିଲେ। ଏହି ଦୁଇଟି ବ୍ୟତୀତ ସେମାନେ ରେଙ୍ଗାଲି ଏବଂ କତାରବାଗା ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ସମାନ ଅପରାଧ ଅନେକ ଥର କରିଛନ୍ତି। ପୋଲିସ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ ଆଲୁମିନିୟମ ବୈଦ୍ୟୁତିକ କଣ୍ଡକ୍ଟର ତାର-୪୦୦ କେଜି, ପୋଲ ଚଢ଼ିବା ଚପଲ, ଲୁହା କଟର, ଆରେପାଟି, ଗୋଟିଏ ପିକ୍ ଅପ୍ ଭ୍ୟାନ୍, ୦୫ଟି ମୋଟର ସାଇକେଲ, ୦୬ଟି ବ୍ୟାଟେରୀ, ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଇତ୍ୟାଦି ପୋଲିସ ଜବତ୍ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ