Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରଜ ସଂକ୍ରାନ୍ତି; ପିଠା ପଣାରେ ମହକୁଛି ଗାଁଠୁ ସହର

ଭୁବନେଶ୍ୱର: ରଜ ଓଡ଼ିଶାର ଏକ ଗଣ ପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଆଜି ରଜର ଦ୍ୱିତୀୟ ଦିନ।ରଜ ଉତ୍ସବ ପାଳନ କରିବା ଲାଗି ଗାଁଠୁ ସହର ଉତ୍ସବମୂଖର।

ରଜଦୋଳିଠୁ, ପୋଡପିଠା, ପାନ ଖିଆ ଭିତରେ ଜମିଯାଏ ରଜ ଆସର। ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ସହରରେ ମଧ୍ୟ ରଜ ଉତ୍ସବ ପାଳନ କରିବା ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଉଛି। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।କୁହାଯାଏ ବର୍ଷାର ଆଗମନରେ ମାଟି ମା ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ ।