Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେପରୁଆ ଗାଡି ଚାଲନା,ଟ୍ରକ ଧକ୍କାରେ ବୃଦ୍ଧ ମୃତ ,ଅଟୋ ଚାଳକ ଗୁରୁତର।

କଳାହାଣ୍ଡି,୧୬/୦୬
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜୁନାଗଡ଼ ସହର ରେଳ ଷ୍ଟେସନ ଛକ ନିକଟରେ ଜଣେ ବେପରୁଆ ଟ୍ରକ ଚାଳକ ଙ୍କ ଟ୍ରକ ଧକ୍କା ରେ ବାଇକ ଆରୋହୀ ଗୁରୁତର ହୋଇଥିବା ବେଳେ ଜଣେ ବୃଦ୍ଧ ଙ୍କ ଘଟଣାସ୍ଥଳ ରେ ଶୋଚନୀୟ ମୃତ୍ୟୁ ହୋଇଛି। ବଳଦିଆମାଳ ରାସ୍ତାରୁ ଭବାନୀପାଟଣା ଯାଉଥିବା ଟ୍ରକ ଟି ରାସ୍ତାରେ ଯାଉଥିବା ବାଇକ ଆରୋହୀ ବୃଦ୍ଧ ଓ ଅଟୋ ଚାଳକ ଙ୍କୁ ସାମ୍ନା ପଟ ରୁ ଧକ୍କା ଦେଇଛି। ଘଟଣା ସ୍ଥଳରେ ବାଇକ ଆରୋହୀ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇଥିଲେ। ଅଟୋ ଚାଳକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜୁନାଗଡ଼ ହସ୍ପିଟାଲ କୁ ନେଇଥିଲେ। ମୃତ ବୃଦ୍ଧ ଓ ଗୁରୁତର ଅଟୋ ଚାଳକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।ଘଟଣା ଘଟାଇଥିବା ଟ୍ରକ ଚାଳକ ଟ୍ରକ ଛାଡି ଚମ୍ପଟ ମାରିଥିବା ସୂଚନା ମିଳିଛି।ଜୁନାଗଡ଼ ପୁଲିସ ଘଟଣା ର ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ