Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ

ଜମନକିରା : ଜମନକିରା ଥାନା ସଦର ମହକୁମା ପୁରୁଣା ବାଇପାସ୍ ରାସ୍ତାରେ ଗତକାଲି ପ୍ରାୟ ଅଢେଇ ଟା ସମୟରେ ଏକ କାର ( ଓଆର ୧୫ ଏନ ୩୯୭୦) ସହ ଏକ ବାଇକ ( ଓଆର୍ ୧୪ ଏଇ ୦୨୧୬) ମୁହଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ସୁରଜିତ କୁଲୁ (୩୦) ଗୁରୁତ୍ତର ଆହତ ହୋଇଥିଲା। ତାକୁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାତିରେ ବୁର୍ଲା ବଡ ଡ଼ାକ୍ତରଖାନା କୁ ନେବା ପାଇଁ ପରାମର୍ଶ କରିଥିଲେ। ତେବେ ବୁର୍ଲା ଡାକ୍ତରଖାନା ରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି। ଦୁର୍ଘଟଣାରେ ଉଭୟ କାର ଓ ବାଇକ୍ ଚୂର୍ମାର ହୋଇଯାଇଛି। ପୋଲିସ ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ମୃତ ସୁରଜିତ ର ବାପା ପାସକାଲ କୁଲୁ ଜମନକିରା ଅଗ୍ନିଶମ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅଧିକ ଖରାପ ରହିଛି। ମୃତ ସୁରଜିତ ତାଙ୍କ ବାପାଙ୍କ ପାଇଁ ଜମନକିରା କୁ ଔଷଧ କିଣିବା ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ