କେସିଙ୍ଗା ପୁଲିସ ଉପଖଣ୍ଡରେ ନୂଆ ଏସଡିପିଓ ଭାବେ ଯୋଗଦେଲେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା


କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଉପଖଣ୍ଡର ନୂଆ ଏସଡିପିଓ (ପୁଲିସ ଉପଖଣ୍ଡ ଅଧିକାରୀ) ଭାବେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା ଦାୟିତ୍ବ ଭାର ଗ୍ରହଣ କରିଛନ୍ତି ! ୨୦୨୯ ବ୍ୟାଚର ରୋହିତ ପୂର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ ! ସେ କେସିଙ୍ଗାସ୍ଥିତ ଏସଡିପିଓ କାର୍ଯ୍ୟାଳୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡ଼ିଛି ! ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସବୁଠୁ ଗୁରୁତ୍ବପୂର୍ଣ୍ଣ ପୁଲିସ ଉପଖଣ୍ଡ ଭାବେ ପରିଚିତ କେସିଙ୍ଗା ପୁଲିସ ଉପଖଣ୍ଡ ଅଧୀନରେ ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା, ମ. ରାମପୁର, ନର୍ଲା, ଲାଞ୍ଜିଗଡ଼ ଭଳି ପାଞ୍ଚଟି ବ୍ଲକ ଓ ୮ଟି ଥାନା ଓ ଛଅରୁ ଅଧିକ ପୁଲିସ ଫାଣ୍ଡି ଓ ଆଉଟ୍ ପୋଷ୍ଟ, ବିଟ୍ ହାଉସ ରହିଛି ! ସେହିପରି ଏଇ ପାଞ୍ଚଟି ବ୍ଲକ ମଧ୍ୟରୁ ମ. ରାମପୁର, ନର୍ଲା ଓ ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳ ମାଓପ୍ରବଣ ହୋଇଥିବାବେଳେ ପୁଲିସ ଉପଖଣ୍ଡ ଅଧିକାରୀ ଭାବେ ତାଙ୍କର ଦାୟିତ୍ବ ବଢ଼ିଯାଇଛି ! ଏପରିକି ପାଞ୍ଚଟି ବ୍ଲକ ସିଧାସଳଖ ଅନ୍ୟ ଜିଲ୍ଲା ଓ ରାଜ୍ୟ ସହିତ ସଂଯୋଗ ଥିବାରୁ ବିଭିନ୍ନ ଅପରାଧିକ ଓ ବେଆଇନ କାରବାର ରୋକିବା ସହିତ ଉପଖଣ୍ଡ ଅଧୀନସ୍ତ ଥାନା ଓ ଫାଣ୍ଡି ଗୁଡ଼ିକରେ ରାଜ୍ୟ ସରକାରଙ୍କ ଫାଇଭ୍-ଟି ବ୍ୟବସ୍ଥା ର ସଠିକ୍ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ପୁଲିସ ପ୍ରତି ଆସ୍ଥାଭାଜନ କରାଇବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି !