Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରି ଯାନ ଚଲା ବିରୁଦ୍ଧରେ ଗ୍ରାମବାସୀଙ୍କ ତିନି ଘଣ୍ଟା ରାସ୍ତା ରୋକ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାରିକ ପାଲି ଠାରେ ଭାରି ଯାନ ଚଲା କୁ ବିରୋଧ କରି ଗ୍ରାମବାସୀ ତିନି ଘଣ୍ଟା ରାସ୍ତା ରୋକ କରିଥିଲେ। ସୂଚନାଯୋଗ୍ୟ ସପ୍ନେ ପୋଲ ଖୋଲିବା ପରେ ଝାରସୁଗୁଡ଼ା ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଗମନାଗମନ ସୁବିଧା ହୋଇଯାଇଛି। ଫଳରେ ଝାରସୁଗୁଡ଼ା ଜିଲ୍ଲା ରେ ଥିବା ଓପିଜିସି କାରଖାନା ଓ ଜେ ଏସ ଡବ୍ଲୁ କାରଖାନା ର ଭାରିଯାନ ଗୁଡ଼ିକ ସପ୍ନେ ବ୍ରିଜ୍ ଦେଇ ସମ୍ବଲପୁର ଜିଲ୍ଲା କୁ ଆସୁଛି। ଭାରିଯାନ ଗୁଡ଼ିକ ଚାଲିବା ଫଳରେ ରାସ୍ତା ଖରାପ ହୋଇଗଲାଣି। ଭାରି ଯାନ ଗୁଡ଼ିକ ଓଭର ଲୋଡ଼ିଂ ଆଣୁଥିବାରୁ ରାସ୍ତା ଏବେ ଚାଲିବା ଉପଯୋଗୀ ରହିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ରେ ଭାରି ଯାନ ଚଲା କୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ