ଶୁଣିଲେନି ପଞ୍ଚାୟତ ଅଧିକାରୀ, ନିଜ ଖର୍ଚ୍ଚ ରେ ଗ୍ରାମ ରାସ୍ତା ମରାମତି କଲେ କାଶିବାହଲ ଗ୍ରାମବାସୀ।


କଳାହାଣ୍ଡି,୨୪/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଞ୍ଚାୟତ କାଶିବାହଲ ଗ୍ରାମ ତଳପଡା କୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଯୋଗୁଁ ଗାଁ ଦାଣ୍ଡ ର ରାସ୍ତା କାଦୁଅ ହୋଇ ଗାଁ ରାସ୍ତା କର୍ଦ୍ଧମାର୍ଦ୍ଧ ହୋଇ ଗ୍ରାମବାସୀ ଙ୍କ ଯାତାୟାତ ରେ ସମସ୍ୟା ଦେଖା ଦେଇଥିବା ବେଳେ ଗ୍ରାମବାସୀ ମାନେ ଅନେକ ସମୟରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଙ୍କୁ ଗ୍ରାମ ରାସ୍ତା ମରାମତି ପାଇଁ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଗ୍ରାମବାସୀ ମାନେ ନିଜେ ଚାନ୍ଦା ଆଦାୟ କରି ଟ୍ରାକ୍ଟର ରେ ପଥର ଗୁଣ୍ଡ ଆଣି ରାସ୍ତା ରେ ଦେଇ ଗାଁ ରାସ୍ତା ମରାମତି କରି ପ୍ରଶାସନ କୁ ନିଜର ଏକତା ର ବଳ ଦେଖାଇଛନ୍ତି। ଗ୍ରାମ ପଞ୍ଚାୟତ ରେ ଗାଁ ର ଭିତ୍ତିଭୂମି ବିକାଶ ପାଇଁ ବିକଶିତ ଗାଁ ବିକଶିତ ଓଡିଶା ସମେତ ଅନ୍ୟ ଯୋଜନା ରେ ଅନୁଦାନ ଆସୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଅନୁଦାନ ର ସଫଳ ରୂପାୟନ ହୋଇ ପାରୁନାହିଁ। କାଶିବାହଲ ତାଳପଡା ର କୃପାସିନ୍ଧୁ ନାଏକ, ଲାବାନ୍ୟ ବାଣୁଆ, ଗୋବର୍ଦ୍ଧନ ବାଣୁଆ, କୈଳାସ ଶବର, ଚମ୍ପେଶ୍ୱର ଚଳାନ,କିଶୋର ନାଏକ, ହିମାଦ୍ରୀ ଧଙ୍ଗଡା ମାଝୀ,ପଦ୍ମମୁଖ ପୁଝାରି, ରସିକ ଲାଲ ମାଝୀ ସମେତ କାଶିବାହଲ ତାଳପଡା ମହିଳା ଓ ଗ୍ରାମବାସୀ ମାନେ ସରପଞ୍ଚ ଙ୍କୁ ରାସ୍ତା ମରାମତି ପାଇଁ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପଡ଼ାବାସୀ ଏହି ନିଷ୍ପତ୍ତି ନେଇ ନିଜ ଖର୍ଚ୍ଚ ରେ ରାସ୍ତା ମରାମତି କରିଥିବା ଜଣାପଡ଼ିଛି।