Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରହା ଶିକାର କରିବାକୁ ଯାଇ ଶିକାରୀ ମୃତ।

ରେଙ୍ଗାଲି 14/05- ଜଙ୍ଗଲୀ ବାର୍‌ହା ଶିକାର ବେଳେ ନିଜ ବନ୍ଧୁକ ଗୁଳି ନିଜକୁ ବାଜିଲା । ବନ୍ଧୁକ ଗୁଳି ବାଜିବା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ବଡବାହାଳ ଗାଁର କୁମର ଛତ୍ରିଆ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ୭ ଜଣକ ଯୁବକ ବଡବାହାଲ ଜଙ୍ଗଲକୁ ବରାହ ଶିକାର ପାଇ ଯାଇଥିଲେ ।
ଅଜଣା ବାଇକ ଶବ୍ଦ ଶୁଣି ଉକ୍ତ ଶିକାରୀ ମାନେ ଫେରାର ମାରୁଥିଲେ । ଫେରାର ଯୁବକ ମଧ୍ୟରୁ ଜଣକ ବନ୍ଧୁକ ଗୁଳି ନିଜ ଦେହରେ ବାଜିଥିଲା । ଅନ୍ୟ ୬ ଜଣ ଯୁବକ ବର୍ତ୍ତି ଯାଇଥିଲେ । ସମ୍ବଲପୁର ଜିଲ୍ଲା କତରାବଗାଁ ଥାନା ଚନ୍ଦନିମାଲ ଓ ବଡବାହାଲ ଜଙ୍ଗଳ ମଝିରେ ଘଟଣା ଘଟିଛି । କତରବଗା ପୋଲିସ ଯୁବକ ମୃତଦେହ ଉଦ୍ଧାର କରିବା ସହ ୬ ଜଣକୁ ଅଟକ ରଖିଛି । ଏହା ସହ ୨ ବନ୍ଧୁକ ଜବତ ବି କରିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ