କଳାହାଣ୍ଡି,୨୯/୦୬
ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କ ପରିସରରେ ଚଳିତ ବର୍ଷର ସିବିଏସଇ, ସିଏଚଏସଇ, ବିବିଏ, ବିସିଏ, ଓ ଡିଗ୍ରୀ ବର୍ଗରେ ଉତ୍କର୍ଷତା ଲାଭକରିଥିବା କୃତି ବିଦ୍ୟାର୍ଥୀଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ “ହନର ରୋଲ ୨୦୨୫ “ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଚେୟାରମ୍ୟାନ ଡି ନାଗେଶ୍ଵର ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ , ନିର୍ଦ୍ଦେଶକ ଡି ରାମ କୁମାର , ଶିକ୍ଷା ପ୍ରଭାରୀ ଡି ବିଜୟା , ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି , ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ଯକ୍ଷ ଯୁବରାଜ ନାୟକ, ବିବିଏ , ବିସିଏ ବିଭାଗ ଅଧ୍ୟକ୍ଷ ଡ ସୁଦୀପ୍ତ କୁମାର ଜେନା, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ଆଦିତ୍ଯ ପଟ୍ଟନାୟକ , ପ୍ରବନ୍ଧକ ଗୁପ୍ତେଶ୍ଵର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ | ଉପାଧ୍ୟକ୍ଷ ନାରାୟଣ ମହାନ୍ତି ସ୍ଵାଗତ ବକ୍ତବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ବିଭିନ୍ନ ବିଭାଗର ଅଧ୍ୟକ୍ଷ ନିଜନିଜ ବର୍ଗରେ ଚଳିତ ଶିକ୍ଷା ବର୍ଷରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବିଦ୍ୟାର୍ଥୀଙ୍କ ସଫଳତା ପଛର କାହାଣୀ ଉପସ୍ଥାପନ କରିଥିଲେ | ମୁଖ୍ୟ ଅତିଥି ତାଙ୍କ ଅଭି ଭାଷଣରେ ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନ ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ଗୁଣକୁ ଉଜ୍ଜ୍ୱିବିତ କରି ସଫଳତା ଦେବା ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ଵ ପ୍ରଦାନ କରେ ବୋଲି ମତ ପ୍ରକାଶ କରିଥିଲେ | ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ୧୯ ଜଣ , ସିବିଏସଇ ଦ୍ଵାଦଶ ବିଜ୍ଞାନରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ୪ ଜଣ , ସିବିଏସଇ ଦ୍ଵାଦଶ ବାଣିଜ୍ୟରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ଵ ଜଣେ , ସିବିଏସଇ ନିଟ ପ୍ରବେଶିକା ପରୀକ୍ଷାରେ ୫ ଜଣ, ଜେଇଇ ପ୍ରବେଶିକା ପରୀକ୍ଷାରେ ୪ ଜଣ , ଯୁକ୍ତଦୁଇ ବିଜ୍ଞାନରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ୧୨ ଜଣ , ବିବିଏ ବିଭାଗର ବିଶ୍ଵବିଦ୍ୟାଳୟ ଟପ୍ପର ସହ ୩ ଜଣ, ବିସିଏ ବିଭାଗର ବିଶ୍ଵ ବିଦ୍ୟାଳୟ ଟପ୍ପର ସହ ୪ ଜଣ ଓ ବିଏସସି ବିଭାଗର ୭ ଜଣ , ସ୍କିଲ୍ ଚମ୍ପିୟାନସିପ ଘନଶ୍ୟାମ ନାୟକ , ଦୀପ କୁମାର ମଣ୍ଡଲ , ଶ୍ରେଯାଂଶ ଦତ୍ତା , ରୁଦ୍ରାନସ କୁମାର ସାହୁ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ମାନଫଳକ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା | ଏହି ଅବସରରେ ନିଜସ୍ଵ ଲିଖିତ ବୁକ “RUSH FOR PEACE “ ପବ୍ଲିସ ପାଇଁ ନବମ ଶ୍ରେଣୀ ଛାତ୍ର ରୁଦ୍ରାନସ କୁମାର ସାହୁ , ହିନ୍ଦୀ ପୁସ୍ତକ “ଖାମୋସ ଆୱାଜ “ ପାଇଁ ଶିକ୍ଷୟିତ୍ରୀ ରିଙ୍କି ଶୁକ୍ଲା ଓ ଶିଶୁ କବିତା ନିମନ୍ତେ ଶିକ୍ଷୟିତ୍ରୀ ରଶ୍ମିତା ନାୟକଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ମାନଫଳକ ଦେଇ ସମ୍ମାନିତ କରଯାଇଥିଲା | ଏହି ଉତ୍ସବରେ ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ | ପରିଶେଷରେ ଅଧ୍ୟକ୍ଷ ଡ ଆଦିତ୍ଯ ପଟ୍ଟନାୟକ ଧନ୍ୟନାଦ ଅର୍ପଣ କରିଥିଲେ | କର୍ଯ୍ଯକ୍ରମଟିକୁ ସଫଳ କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ସହଯୋଗ ରହିଥିଲା |
ବିକାଶ ଉଇସଡମ ପାର୍କ ପରିସରରେ ସମ୍ବର୍ଦ୍ଧନା ଉତ୍ସବ।
