Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

Oplus_16908288

ପୁରୀ: ଆଜି ନୀଳକନ୍ଦରକୁ ଫେରିବେ ମହାବାହୁ। ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ। ସେଥିପାଇଁ ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହେବ। ତେବେ ଏଠି ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ଏକ ନିଆରା ପରମ୍ପରା ରହିଛି।

ରତ୍ନ ସିଂହାସନକୁ ଲେଉଟିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି। ଦେବୀ ଲକ୍ଷ୍ମୀ ମହାପ୍ରଭୁଙ୍କୁ ଭିତରକୁ ଛାଡ଼ିନଥାନ୍ତି। କାରଣ ହେରାପଞ୍ଚମୀରେ ତାଙ୍କୁ ଭେଟିବାକୁ ନଦେବାରୁ ସେ ଏବେ ବି କାଳିଆ ସାଆନ୍ତଙ୍କ ଉପରେ ରୁଷିଥାନ୍ତି। ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରୀଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିବେ।

ଦୀର୍ଘ ସମୟ ଧରି କଥା ହେବା ପରେ ଶେଷରେ ସେ ଶାନ୍ତ ହୋଇ ତାଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବେ। ମା’ ଲକ୍ଷ୍ମୀଙ୍କୁ ଶାନ୍ତ କରିବାର ବିଧିକୁ ମାନ ଭଞ୍ଜନ କୁହାଯାଏ। ଯାହାପରେ ବଡ ଦେଉଳକୁ ପ୍ରବେଶ କରିବେ ଠାକୁର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ