ମେଗାଲିଫ୍ଟ କେନାଲ ରୁ ଆଜିଠୁ ଖରିଫ ଜଳସେଚନ, କୋକସରା ବ୍ଲକ ର ୧୧୩୦୧ ହେକ୍ଟର ହେବ ଜଳସେଚନ।


କଳାହାଣ୍ଡି,୧୧/୦୭
ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଚଳିତ ବର୍ଷ ଖରିଫ ଚାଷ ପାଇଁ ଶୁକ୍ରବାର ଠାରୁ ମେଗାଲିଫ୍ଟ କେନାଲ ରୁ ଜଳସେଚନ ଆରମ୍ଭ ହୋଇଛି। ମଙ୍ଗଳପୁର ଠାରେ ଥିବା ମେଗାଲିଫ୍ଟ ପାୱାର ହାଉସ ରେ ପୂଜାର୍ଚ୍ଚନା କରିବା ପରେ ଦିନ ୧୧:୩୦ ରେ ମେଗାଲିଫ୍ଟ କେନାଲ ଦେଇ ଜଳସେଚନ ଗେଟ ଖୋଲାଯାଇଛି। ମେଗାଲିଫ୍ଟ କେନାଲ କୁ ଗତ ୨୦୨୧ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସେଚନ ର ଶୁଭାରମ୍ଭ କରିଥିଲେ।ମେଗାଲିଫ୍ଟ କେନାଲ ରୁ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ର ୨୫ ହଜାର ୨୭୫ ହେକ୍ଟର କୁ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ କୋକସରା ବ୍ଲକ ର ୪୧ ଗ୍ରାମ ର ୧୧୩୦୧ ହେକ୍ଟର ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବା ନେଇ କୁସୁମଖୁଣ୍ଟି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।