Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ,ମା ପାଇଁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୧୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏନସିସି, ଏନଏସଏସ ଓ ୟୁଥ ରେଡ଼ କ୍ରସ ପକ୍ଷରୁ ଶୁକ୍ରବାର ବନ ମହୋତ୍ସବ କାର୍ଯ୍ୟକ୍ରମ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ବନ ମହୋତ୍ସବ ଓ ବୃକ୍ଷ ରୋପଣ ର ଆଭିମୁଖ୍ୟ ଉପରେ ନିଜର ସ୍ପଷ୍ଟୀକରଣ ରଖିବା ସହ ନିଜ ଶିକ୍ଷାନୁଷ୍ଠାନ ରେ ଏକ ସୁନ୍ଦର ସବୁଜିମା ପରିବେଶ ସୃଷ୍ଟି ପାଇଁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ତଥା ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ,ୟୁଥ ରେଡ଼ କ୍ରସ ପରାମର୍ଶ ଦାତା ସୁବ୍ରତ କୁମାର ବେହେରା, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ, ବେଦମତି ବାରିକ,କ୍ରୀଡା ଶିକ୍ଷକ ପ୍ରତାପ ବିଶି, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ ଓ ଏନସିସି, ଏନଏସଏସ ଓ ୟୁଥ ରେଡ଼ କ୍ରସ ର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିବା ସହ ଯତ୍ନ ନେବାକୁ ଶପଥ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ