Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଖରୀ ପାଣିରେ ବୁଡ଼ି ବୃଦ୍ଧ ଙ୍କ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି,୧୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଦପଡ଼ା ରେ ଥିବା ଏକ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ମାର୍କଣ୍ଡ ଧରୁଆ (୫୦ ) ଆଜି ୧୨ ଘଣ୍ଟା ସମୟରେ ନିଜ ଗାଁ ନିକଟସ୍ଥ ପୋଖରୀ କୁ ଗାଧୋଇ ବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ନ ଆସିବାରୁ ପରିବାର ଲୋଜେ ଖୋଜା ଖୋଜି କରିଥିଲେ।ପରେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ କୋକସରା ପୋଲିସ୍ କୁ ସୂଚନା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଛି।ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ସ୍ପଷ୍ଟ ସୂଚନା ମିଳିବ ବୋଳି ପୋଲିସ କହିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ