Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ବାସୀ ଆଜି ଦେଖିବେ ମାଇଣ୍ଡ ଗେମ

ସମ୍ବଲପୁର:ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ଶଲ ବୋମା ବିସ୍ଫୋରଣ କାହାଣୀକୁ ନେଇ ଫିଲ୍ମ ମାଇଣ୍ଡ ଗେମ୍ ୩୦/୧୦ ର ବଡ ଏଲଇଡି ପରଦା ରେ ଉପଭୋଗ କରିବେ ସିନେ ପ୍ରେମୀ ।ଏଥିପାଇଁ ସବୁ ପ୍ରସ୍ତୁତି ସରିଛି।ସୋନପୁର ସହରରେ ଫିଲ୍ମ ହଲ୍ ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଥିବା ବେଳେ ସୋନପୁର ସିନେ ପ୍ରେମୀ ମାନେ ଫିଲ୍ମ କିନ୍ତୁ ଆଜି ଏହା ଉପଭୋଗ କରିପାରିବେ।ଅଭିନେତା ମନୋଜ ମିଶ୍ର ଙ୍କ ଉଦ୍ୟମ କ୍ରମେ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଏ ନେଇ ସୋନପୁର ସହରର ନୂତନ ଟାଉନ ହଲ ଠାରେ ପ୍ରସ୍ତୁତି କରାଯାଇଛି। ଦିବା ୧୧ ଟା ରେ ନୁନ୍ ସୋ, ଦିବା ୨ ଟା ରେ ଓ ୫ ଟା ରେ ମ୍ୟାଟିନି ସୋ ଓ ୭ଟା ୩୦ ରେ ନାଇଟ ସୋ ସମୁଦାୟ ୪ ଟି ସୋ ରେ ଏହି ଫିଲ୍ମ ପ୍ରଦର୍ଶନ ହେବାକୁ ଯାଉଛି।ନିଜ ଅଞ୍ଚଳର ଏକ ମର୍ମଦୁନ୍ତ ସତ କାହାଣୀକୁ ନେଇ ପ୍ରସ୍ତୁତ ମାଇଣ୍ଡ ଗେମ ସିନେମା ଦେଖିବାକୁ ସିନେ ପ୍ରେମୀ ମନେ ମଧ୍ୟ ଖୁବ୍ ଉତ୍କଣ୍ଠା ର ସହ ଅପେକ୍ଷାରେ କରିଥିବା ବେଳେ ସିନେମା ଦେଖିବାକୁ ଏଡଭାନ୍ସ ବୁକିଂ ମଧ୍ୟ ହୋଇଥିବା ଶୁଣାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ