Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଖାଦ୍ୟ ବିଲ ରେ କେନ୍ଦୁପତ୍ର ଚାଲାଣ, ମାଡ଼ିବସିଲା ପୋଲିସ

ସମ୍ବଲପୁର: ଅତି ଚାଲକିରୁ ହରଡ଼ ଘଣାରେ ପଡିଛି ଅତି ଚାଲାକ।ପୋଲିସ ଓ ଜଙ୍ଗଳ ବିଭାଗ କୁ ଚକାମ ଦେଖାଇ ସମ୍ବଲପୁର ଜିଲ୍ଲା ରେଢାଖୋଲରୁ କଲିକତା ଯାଉଥିବା ଏକ କେନ୍ଦୁପତ୍ର ବୋଝେଇ ଟ୍ରକକୁ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ଶୁକ୍ରବାର ଅପରାହ୍ନରେ ଜବତ କରିଛି। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୋଲିସ ଅଭିଯୁକ୍ତ ଟ୍ରକ ଡ୍ରାଇଭର ବିହାର ରାଜ୍ୟ ନୱାଡା ଜିଲା ଆକବରପୁର ଥାନା ପିଥୋରି ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବରେଇପାଲିରେ ରହୁଥିବା ସଞ୍ଜୟ ରାୟ ଓରଫ ପ୍ରସାଦ (୪୮)ଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତ ଡ୍ରାଇଭର ପୋଲିସଠାରୁ ଖସିଯିବା ପାଇଁ ଟ୍ରକର ଆଗ ଓ ପଛରେ ପୃଥକ ନମ୍ବର ପ୍ଲେଟ ବ୍ୟବହାର କରିବା ସହ ଗୋଖାଦ୍ୟର ରସିଦ ଧରି କେନ୍ଦୁପତ୍ର ଚାଲାଣ କରୁଥିଲା। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।ହେଲପର ଘଟଣା ସ୍ଥଳରୁ ଖସି ପଳେଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଲାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ