କଳାହାଣ୍ଡି,୧୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଡାଲଗୁମା ଗ୍ରାମ ର ଏକାଧାରରେ କଳାକାର,କବିରାଜ,ଜ୍ୟୋତିଷ ଶାସ୍ତ୍ର ରେ ନିପୁଣ ଥିବା ପ୍ରଭାକର ପଟ୍ଟନାୟକ (୫୫) ଙ୍କ ଶନିବାର ନିଜ ପୈତୃକ ବାସଭବନରେ ପରଲୋକ ଗମନ ଘଟିଛି। ସେ ଜଣେ ମେଳାପୀ,ପରୋପକାରୀ ବ୍ୟକ୍ତି ସହିତ ବିଭିନ୍ନ ନାଟକ,ଘୁମୁରା ରେ ଜଣେ କଳାକାର ଭାବେ ପରିଚିତ ଥିଲେ। ଏହାସହ ଜଣେ କବିରାଜ ଓ ଜ୍ୟୋତିଷ ଶାସ୍ତ୍ରୀ ଭାବେ ଅଞ୍ଚଳ ରେ ଜଣାଶୁଣା ଥିଲେ। ତାଙ୍କର ଆଜି ଅକାଳ ବିୟୋଗ ପରେ ପରିଜନ,ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗାଁ ମଶାଣି ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ବଡ଼ ପୁଅ ଶିଶିର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ପ୍ରକାଶ ପାଇଛି।
ପରଲୋକ ରେ ପ୍ରଭାକର ପଟ୍ଟନାୟକ, ଅଞ୍ଚଳ ରେ ଶୋକ ପ୍ରକାଶ।
