ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ର ୩୬ ତମ ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ବିଧାୟକ।


କଳାହାଣ୍ଡି,୧୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ର ୩୬ ତମ ପ୍ରତିଷ୍ଠା ଦିବସ ଶନିବାର ଆୟୋଜିତ ହୋଇଥିବା ବେଳେ କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ପ୍ରତିଷ୍ଠା ଉତ୍ସଵ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ଗୋଟିଏ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠା ଦିବସ ବିଗତ ବର୍ଷ ର ଉପଲବ୍ଧି କୁ ମନେ ପକାଇବା ସହ ଆଗକୁ ବଢିବାକୁ ପ୍ରେରଣା ଯୋଗାଇ ଥାଏ ବୋଳି ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଆମେରିକା ୟୁନିଭରସିଟି ର ପ୍ରଫେସର ଡକ୍ଟର ଦିଗାମ୍ବର ପାତ୍ର ବରିଷ୍ଠ ଶିକ୍ଷାବିଦ ବନମାଳୀ ମାଝୀ, ତ୍ରିନାଥ ଠାକୁର ଯୋଗଦେଇ ଶିକ୍ଷାନୁଷ୍ଠାନ ର ଉତ୍ତୋରତ୍ତର କାମନା କରିଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗ ରେ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ଓ ଆଲୁମନି ଆସୋସିଏସନ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରା ଯାଇଥିଲା। କାର୍ଯ୍ୟକ୍ରମ କୁ ସେକେଣ୍ଡାରୀ ସ୍କୁଲ ର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।