ମା ମାହେଶ୍ୱରୀ ସେନା ବରଗଡ଼ର ଜିଲ୍ଲା ସ୍ତରୀୟ ବୈଠକ


ସମ୍ବଲପୁର:ରବିବାର ଦିନ ସକାଳ ୧୧ଟା ସମୟରେ ଘୁଡୁକାଟିକ୍ରା ପ୍ରଭୁଭକ୍ତି ଆଶ୍ରମ ରେ ମା ମାହେଶ୍ୱରୀ ସେନା ବରଗଡ଼ର ଜିଲ୍ଲା ସ୍ତରୀୟ ବୈଠକ ସର୍ବ ପ୍ରଥମେ ମାଁ ମାହେଶ୍ୱରୀଙ୍କର ପୂଜାର୍ଚନା କରାଯାଇ ଜିଲ୍ଲା ସଭାପତି ପ୍ରତୁଲ କୁମାର କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ମାଁ ମାହେଶ୍ୱରୀ ସେନାକୁ ସବୁବେଳେ ସମର୍ଥନ,ସାହାଯ୍ୟ ଓ ସହଯୋଗ କରି ଆସୁଥିବା ଡୁମାଲ ସମାଜ,ଗମ୍ଭାରୀପାଲି କେନ୍ଦ୍ରର ସଭାପତି ସ୍ବର୍ଗତ ପ୍ରେମରାଜ କମ୍ପଙ୍କ ଗତ ତା ୦୬/୦୭/୨୫ରିଖ ରବିବାର ଦିନ ଦେହାନ୍ତ ହୋଇଯାଇଥିବାରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l
ସଭାରେ ମାଁ ମାହେଶ୍ୱରୀ ସେନାର ସମ୍ବିଧାନ ଓ ନିୟମାବଳୀ କୁ ସର୍ବସମ୍ମତି କ୍ରମେ ପାରିତ ହୋଇ ଗୃହୀତ କରାଯାଇଥିଲା l ନୂତନ ଭାବେ ମାଁ ମାହେଶ୍ୱରୀ ସେନା ବରଗଡର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା l ବରଗଡ ଜିଲ୍ଲା ସଭାପତି -ପ୍ରମୋଦ କର୍ଣ୍ଣ, ଉପସଭାପତି -ବେଦପ୍ରକାଶ ଛନ୍ଦ ଓ ବରୁଣ ଦେହେରୀ, ସମ୍ପାଦକ -ଆଶିଷ ମହାକୁର, ସହସମ୍ପାଦକ -ଯୋଗେଶ୍ୱର ଛନ୍ଦ, କୋଷାଧକ୍ଷ -ନନ୍ଦକାହ୍ନା ମହାକୁର, କାର୍ଯ୍ୟ କାରୀ ସଦସ୍ୟ -ଉମେଶ ଖମାରୀ, ଯତୀନ ଦନ୍ତା, ଅଜୁ ବାଗ, ମାନସ ପ୍ରଧାନ, ଧିରେନ ଅମାତ, ଅନିଲ ଛନ୍ଦ, ରଜତ ଥାଟି ଓ ରୋହିତ କର୍ଣ୍ଣ, ଜିଲ୍ଲା ସଂଯୋଜକ -ଅଜିତ କରନ, ଜିଲ୍ଲା ସହସଂଯୋଜକ -ଦିବସ ପ୍ରଧାନ ଓ ତୋଫାନ ମହାକୁର, ଉପଦେଷ୍ଟା କମିଟି -କୁବେର ମହାକୁର, ସୁରେନ୍ଦ୍ର ମହାକୁର, ପ୍ରତୁଲ କୁମାର କର୍ଣ୍ଣ ଘନଶ୍ୟାମ କମ୍ପ, ତୋଷବନ୍ତ କରନ ଓ ଭୀଷ୍ମସିଂ ଛନ୍ଦ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ l ସେହିପରି ଅତାବିରା ବ୍ଲକ ସଭାପତି -ରିକନ ମେଣ୍ଡଳୀ, ସମ୍ପାଦକ -ବିବେକାନନ୍ଦ ଗେଜୋ ଓ ଭେଡେନ ବ୍ଲକ ସଭାପତି -ସୁମିତ କୁମାର କର୍ମୀ, ଉପସଭାପତି -ଜିତୁ ବେହେରା ଓ ରାକେଶ ଛନ୍ଦ, ସମ୍ପାଦକ -ନରେନ୍ଦ୍ର କ୍ଷେତି ମନୋନୀତ ହୋଇଥିଲେ l
ଏହି ବୈଠକରେ ଧନକଉଡ଼ା ଜୋନ -୨ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସଂଯୁକ୍ତା ପ୍ରଧାନ,ମାଁ ମାହେଶ୍ୱରୀଙ୍କ ଭଜନ ଗାୟିକା ଶ୍ରୀମତୀ ଜୟନ୍ତୀ ମହାକୁର, ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ l ସଭା ଶେଷରେ କୁବେର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।