Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NLC କମ୍ପାନୀ ର ଅବହେଳା ଯୋଗୁଁ ଓଏଭି ସ୍କୁଲ ବସ ବନ୍ଦ। ଶହ ଶହ ଛାତ୍ରଛାତ୍ରୀ ପାଠପଢ଼ିବାକୁ ଯାଇପାରିଲେ ନାହିଁ। ବସ ଭଡ଼ା ଓ କର୍ମଚାରୀ ଙ୍କ ପାଉଣା ପାଇଲେ ନାହିଁ ବୋଲି ସ୍କୁଲ ବସ ବନ୍ଦ।

ରେଙ୍ଗାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସ୍କୁଲ ବସ ବନ୍ଦ ଯୋଗୁଁ ଶହ ଶହ ଛାତ୍ରଛାତ୍ରୀ ପାଠପଢ଼ିବାକୁ ଯାଇନପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଗୋଟିଏ ଦିନ ର ପାଠ ପଢ଼ା ରୁ ବଞ୍ଚିତ ହେଲେ। NLC କମ୍ପାନୀ ଲୋକ ପ୍ରତିନିଧି ଓ ପ୍ରଶାସନ ର ପ୍ରଚେଷ୍ଟା ରେ ରେଙ୍ଗାଲି ବ୍ଲକ ର ଦୂର ଦୁରାନ୍ତ ରୁ ବିଭିନ୍ନ ସ୍ଥାନରୁ ଓଏଭି ସ୍କୁଲକୁ ଛାତ୍ରଛାତ୍ରୀ ମାନେ ପଢିବାକୁ ଆସିବା ପାଇଁ କମ୍ପାନୀ ସିଏସାର ଫଣ୍ଡ ରୁ 3 ଟି ସ୍କୁଲବସ ଦିଆଯାଇଥିଲା। କିନ୍ତୁ ବିଡମ୍ବନା ର ବିଷୟ ବସମାଲିକ ବସ ଭଡ଼ା ଓ କର୍ମଚାରୀ ଙ୍କ ପାଉଣା ଟଙ୍କା ପାଇଲେ ନାହିଁ ବୋଲି ଆଜି ସ୍କୁଲବସ ବନ୍ଦ ଦେଇଥିଲା। ଯଦ୍ୱାର ଶହ ଶହ ଛାତ୍ରଛାତ୍ରୀ ସ୍କୁଲ ପଢ଼ିବାକୁ ଯାଇ ନପାରି ପାଠପଢା ରୁ ବଞ୍ଚିତ ହେବା ସହ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ NLC କମ୍ପାନୀ ଏଚଆର ଡିଜିଏମ ସୁବ୍ରତ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଲେ କିଛି ମାସ ହେବ ବସ ମାଲିକ ଟଙ୍କା ପାଇ ନାହାଁନ୍ତି ଆଗାମୀ ଦଶ ଦିନ ମଧ୍ୟରେ ତାଙ୍କର ପାଉଣା ଟଙ୍କା ପଇଠ କରାଯିବ ଏବଂ ବାସ ମାଲିକ ଆସନ୍ତା କାଲି ଠାରୁ ବସ ଚଲାଇବେ ବୋଲି କହିଥିଲେ। ଓଏଭି ର ଅଧ୍ୟକ୍ଷ ରମଣୀ କାନ୍ତ ସାହୁ କହିଲେ ଆମକୁ ବସ ମାଲିକ କିଛି ନ କହି ବସ ବନ୍ଦ କରିଦେଇଥିଲେ, ଟଙ୍କା ବାକି ଅଛି ବୋଲି ବସ ମାଲିକ କହିବାରୁ, NLC କମ୍ପାନୀ ର ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ କୁ ଜଣାଇ ଦେଇଛୁ, ଆସନ୍ତା କାଲି ଠାରୁ ବସ ଚଳିବ ବୋଲି ପ୍ରକାଶ କରିଥିଲେ।
ଏଥିପାଇଁ ଦାୟୀ କିଏ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି। ଯଦି NLC କମ୍ପାନୀ ଠିକ ଭାବରେ ଧ୍ୟାନ ଦେଇ ଅବହେଳା ନ କରି ଠିକ ସମୟରେ ଟଙ୍କା ଦେଇଥିଲେ ଶହ ଶହ ଛାତ୍ରଛାତ୍ରୀ ପାଠପଢା ରୁ ବଞ୍ଚିତ ହୋଇନଥାନ୍ତି। ଉକ୍ତ ତିନୋଟି ବସ ସାହାଯ୍ୟ ରେ ଲଇଡା, ରେଙ୍ଗଲୋଇ, କିନାଲୋଇ, କତରବଗା, ଟାମ୍ପରକେଲା, ତବଡ଼ାବାହଲ, ଝାଙ୍କରପାଲି, ଘିଚାମୁରା, ଠେଲକୁଲି, ଖିଣ୍ଡା, ଲପଙ୍ଗା, ଜଙ୍ଗଲା ଆଦି 12ଟି ପଞ୍ଚାୟତ ର ଶହ ଶହ ଛାତ୍ରଛାତ୍ରୀ ମାନେ ପାଠପଢିବାକୁ ଆସିଥାନ୍ତି। ଜିଲ୍ଲା ପ୍ରଶାସନ ଏପରି ଘଟଣାକୁ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ଘଟଣା ର ପୁନରାବୃତ୍ତି ନ ଘଟିବ ସେ ପ୍ରତି ଯତ୍ନବାନ ହେବ ଏବଂ ଆଗାମୀ ଦିନରେ ଏପରି ପରିସ୍ଥିତି ନ ଉପୂଜିବ ଓ ଛାତ୍ରଛତ୍ରୀମାନଙ୍କ ପାଠପଢା ହାନି ନ ହେଉ ବୋଲି ଜିଲ୍ଲା ପ୍ରଶାସନ କଡ଼ା ଦୃଷ୍ଟି ରଖିବା ପାଇଁ ଅବିଭାବକ ମାନେ କଡ଼ାକଡ଼ି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ