ଆଇଆଇଏମ୍ ସମ୍ବଲପୁରରେ ଅନ୍ତର୍ଜାତୀୟ ସମ୍ମିଳନୀ:ବିକଶିତ ଭାରତ ୨୦୪୭ ପାଇଁ ବ୍ୟାଙ୍କିଂର ଭବିଷ୍ୟତ ଅନ୍ୱେଷଣ


ସମ୍ବଲପୁର: ଆଇଆଇଏମ ସମ୍ବଲପୁର ପକ୍ଷରୁ ଭାରତୀୟ ସାମାଜିକ ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏସଏସଆର)ର ମିଳିତ ସହଯୋଗରେ ‘ମେଟାଭର୍ସ ବ୍ୟାଙ୍କିଂ’ଆଣ୍ଡ ଫାଇନାନ୍ସିଆଲ ଟ୍ରାନ୍ସଫର୍ମେସନ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ (ଆଇସିଏମବିଏଫଟି ୨୦୨୫) ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌, ଶିଳ୍ପ ଲିଡର୍‌, ଫିନ୍‌ଟେକ୍ ସଂସ୍ଥା ଏବଂ ନୀତି ନିର୍ମାତାମାନେ ଯୋଗଦେଇଥିଲେ। “ବିକଶିତ ଭାରତ @୨୦୪୭ ପାଇଁ ମେଟାଭର୍ସ ବ୍ୟାଙ୍କିଂ: ଟ୍ରେଣ୍ଡସ୍‌, ଟେକ୍ ଆଣ୍ଡ ଟ୍ରାନ୍ସଫର୍ମେସନ୍‌’ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସମସ୍ତ ଅଂଶୀଦାରମାନଙ୍କୁ ମେଟାଭର୍ସର ଆବଶ୍ୟକତା ଏବଂ ବ୍ୟାପକତା ବିଷୟରେ ସଚେତନ କରିବା ଯାହା ଭାରତରେ ବ୍ୟାଙ୍କିଂ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଭବିଷ୍ୟତକୁ ବଦଳାଇବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ କାର୍ଯ୍ୟକାରୀ କରିବ।
ଏହି ସମ୍ମିଳନୀରେ ମେଟାଭର୍ସ, ୱେବ୩, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ବ୍ଲକଚେନ୍ ଭଳି ଉଦୀୟମାନ ବିଷୟଗୁଡ଼ିକ କିପରି ଆର୍ôଥକ ସେବାକୁ ଦ୍ରୁତତର, ଅନ୍ତର୍ଭୁକ୍ତୀକରଣ ଏବଂ ଅପହଂଚ ଅଂଚଳଗୁଡ଼ିକରେ ଉପଲବ୍ଧ କରାଇବାରେ ପରିବର୍ତନ ଆଣୁଛି, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ମେଟାଭର୍ସ ବ୍ୟାଙ୍କିଂ (ଭର୍ଚୁଆଲ ବ୍ୟାଙ୍କ ଶାଖା ଖୋଲିବା) ଲୋକମାନଙ୍କ ଆର୍ଥକ ସେବା ଅନୁଭୂତିରେ ଏକ ବୃହତ୍ ପରିବର୍ତନ ଆଣିଛି। ଭର୍ଚୁଆଲ ରିଆଲିଟି (ଭିଆର) ଏବଂ ଆଗମେଂଟେଡ୍ ରିଆଲିଟି (ଏଆର) ଭଳି ପ୍ରଯୁକ୍ତିବିଦ୍ୟାଗୁଡ଼ିକର ପ୍ରୟୋଗ ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ୩ଡି ଭର୍ଚୁଆଲ ସ୍ଥାନ ସୃଷ୍ଟି କରୁଛନ୍ତି ଯାହା ଦ୍ୱାରା ଗ୍ରାହକମାନେ ଘରୁ ଖାତା ପରିଚାଳନା, ନେଣଦେଣ, ଦେୟ ପ୍ରଦାନ କିମ୍ବା ଆର୍ଥକ ପରାମର୍ଶ ମଧ୍ୟ ନେଇପାରିବେ। ଏହି ଭର୍ଚୁଆଲ ତଥା ଅଧିକ ଇଂଟରଆକ୍ଟିଭ୍ ଏବଂ ବ୍ୟକ୍ତିଗତ ଅନୁଭୂତି ବ୍ୟାଙ୍କଗୁଡ଼ିକୁ ଦୂରଦୂରାନ୍ତ ଓ ସେବା ପହଂଚିପାରୁନ଼ଥିବା ଅଂଚଳର ଗ୍ରାହକଙ୍କ ସହିତ ଭଲ ଭାବରେ ଯୋଗାଯୋଗ କରିବାରେ ସାହାଯ୍ୟ କରୁଛି।
ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଏଚସିଏଲ ଟେକ୍ନୋଲୋଜିଜର ଗ୍ଲୋବାଲ ଅପରେସନ୍ସ ଡାଇରେକ୍ଟର-ଡିଜିଟାଲ ବିଜନେସ ଡି. ପ୍ରବୀଣ କେ ଚୌଧୁରୀ, ବୋଷ୍ଟନ କନସଲ୍ଟିଂ ଗ୍ରୁପର ବିସିଜି ଭାଟେଂଜ୍‌ର ମ୍ୟାନେଜର ସାଗର ବୈଷ୍ଣବୀ, ନୌସେନାର ନ୍ୟାସନାଲ ମାରିଟାଇମ୍ ଫାଉଣ୍ଡେସନ୍‌ର ଅନରାରି ଆଡଜଙ୍କ୍ଟ ଫେଲୋ ଡ. ଆତୁଲ୍ ତ୍ରିପାଠୀ ଓ ମେଲଷ୍ଟାର ଇନଫର୍ମେସନ ଟେକ୍ନୋଲୋଜିସ୍ ଲିମିଟେଡ୍‌ର ଗ୍ରୁପ୍ ସିଆଇଓ ସମରେନ୍ଦ୍ର ମହାନ୍ତିଙ୍କ ଭଳି ଅତିଥି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୮୦ରୁ ଅଧିକ ଗବେଷଣା ପ୍ରବନ୍ଧ ସହିତ ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।
ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ନିଜ ଅଭିଭାଷଣରେ କହିଥିଲେ ଯେ, “ବର୍ତମାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ, ଯେତେବେଳେ ଆମେ ମେଟାଭର୍ସର ଅସୀମ ସମ୍ଭାବନାକୁ ଗ୍ରହଣ କରୁଛୁ। ଏଆଇ ପରିଚାଳିତ କେସ୍ ଷ୍ଟଡି, ହାଇବ୍ରିଡ୍‌-ବୋର୍ଡ କ୍ଲାସରୁମ୍ ଏବଂ ସ୍ମାର୍ଟ ଶିକ୍ଷା ମୌଳିକ ସୁବିଧା ସହିତ ଆମେ ଶିକ୍ଷାର ଭବିଷ୍ୟତକୁ ପୁନର୍ଗଠିତ କରୁଛୁ। ଏହି ପ୍ରଯୁକ୍ତିବିଦ୍ୟାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ବିଶ୍ୱର ଆହ୍ୱାନଗୁଡ଼ିକୁ ସାମ୍ନା କରିବା, ମିଳିତ ଭାବେ ସୃଷ୍ଟି କରିବା ଏବଂ ଶାସନ, ସର୍ବସାଧାରଣ ସେବା ଏବଂ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଶିଳ୍ପଗୁଡ଼ିକ ପାଇଁ ପ୍ରସ୍ତୁତ ଏକ ଉନ୍ନତ ପ୍ରତିଭା ଦଳର ଅଂଶ ହେବାର ସୁଯୋଗ ଦେଉଛି। ଆମର ଏଆଇ ପରିଚାଳିତ କ୍ଲାସରୁମ୍ ଏବଂ ନୂତନ ଭାବେ ଆରମ୍ଭ କରାଯାଇଥିବା ଡାଟା ସାଇନ୍ସ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ବିଏସ୍ ପାଠ୍ୟକ୍ରମ ଭଳି ପଦକ୍ଷେପଗୁଡ଼ିକ ଯୁବ ପ୍ରତିଭାମାନଙ୍କୁ ଡିଜିଟାଲ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀଙ୍କ ‘୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ’ ଲଖ୍ୟ କୁ ହାସଲ କରିବା ପାଇଁ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କୁୁ ଏକାଠି ଆସିବା ଆବଶ୍ୟକ ଏବଂ ଏହି ଡିଜିଟାଲ ବିପ୍ଳବ ସେଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”
ସମ୍ମିଳନୀରେ “ଭାରତରେ ମେଟାଭର୍ସ ବ୍ୟାଙ୍କିଂ ଏବଂ ଆର୍ôଥକ ବ୍ୟବସ୍ଥାର ଭବିଷ୍ୟତ’ ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ୟାନେଲ୍ ଆଲୋଚନା ସମୟରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଡି. ପ୍ରବୀଣ କେ. ଚୌଧୁରୀ କହିଥିଲେ ଯେ, ଜିରୋ-ଟ୍ରଷ୍ଟ ସୁରକ୍ଷା ଏବଂ ବ୍ୟବହାରକାରୀ ଅନୁଭୂତିକୁ ମିଶାଇବା ମାଧ୍ୟମରେ ବ୍ୟାଙ୍କିଂର ଭବିଷ୍ୟତ ଅନ୍ତର୍ନିହିତ ରହିଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରଯୁକ୍ତିବିଦ୍ୟାକୁ ସୁଗମ, ସୁରକ୍ଷିତ ଏବଂ ଆକର୍ଷଣୀୟ କରିବ। ସମରେନ୍ଦ୍ର ମହାନ୍ତି ମେଟାଭର୍ସ ବ୍ୟାଙ୍କିଙ୍ଗ ଉପରେ ଆଲୋଚନା କରି କହିଥିଲେ ଯେ, “ଭର୍ଚୁଆଲ୍ ବ୍ୟାଙ୍କିଙ୍ଗରେ ବାସ୍ତବ ନବସୃଜନ ଆଣିବା ଲାଗି ଆମକୁ ଡାଟା ଜରିଆରେ ଗ୍ରାହକମାନଙ୍କ ଆଚରଣକୁ ପ୍ରଥମେ ବୁଝିବାକୁ ପଡ଼ିବ। ଅନ୍ତର୍ଦୃଷ୍ଟି ବିନା ପ୍ରଯୁକ୍ତିବିଦ୍ୟାର କିଛି ଅର୍ଥ ନାହିଁ। ତେଣୁ ଗ୍ରାହକମାନଙ୍କ ପାଇଁ କିଛି ଗଢ଼ିବା ପୂର୍ବରୁ ତାଙ୍କୁ ପ୍ରଥମେ ଭଲ ଭାବେ ଜାଣିବା ଦରକାର।’’ ଡାଟା ସୁରକ୍ଷା ଓ ସାଇବର ନିରାପତା ଉପରେ ନିଜ ଚିନ୍ତାଧାରା ପ୍ରକାଶ କରି ଡକ୍ଟର ଅତୁଲ ତ୍ରିପାଠୀ କହିଥିଲେ ଯେ, “ଏଆଇ ଓ ମେଟାଭର୍ସ ଯୁଗରେ ଡାଟା ସୁରକ୍ଷା ଓ ସାଇବର ନିରାପତା ଆଉ ଇଚ୍ଛାଧୀନ ରହିନାହିଁ, ଏବେ ତାହା ଗୁରୁତ୍ୱପୂର୍ଣ୍ଣ ମିସନରେ ପରିଣତ ହୋଇଛି। ଏହା ଭବିଷ୍ୟତର ଲିଡର୍‌ମାନଙ୍କୁ ରିସ୍କ ଓ କମ୍ପ୍ଲାଏନ୍‌ସ ପ୍ରଫେସନାଲ୍‌ର ବିଶେଷଜ୍ଞ ହେବାର ବ୍ୟାପକ ସୁଯୋଗ ପ୍ରଦାନ କରୁଛି।’’ ଏହି ଅଧିବେଶକୁ ସାଗର ବୈଷ୍ଣବୀ ସଂଚାଳନ କରିଥିଲେ।