ନାକଟିଦେଉଳ ମହାବିଦ୍ୟାଳୟ ରେ ନାରୀ ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ


ସମ୍ବଲପୁର:ନାକଟିଦେଉଳ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ସୋମବାର ଦିନ ନାରୀମାନଙ୍କ ଉପରେ ଯୌନ ନିର୍ଯ୍ୟାତନାର କାରଣ ଏବଂ ନିରାକରଣ ସମ୍ପର୍କ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଆୟୋଜିତ ଆଲୋଚନାଚକ୍ରରେ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ, ଅଧ୍ୟାପିକା ଡ଼ ଆର୍ ପୁଷ୍ପାଞ୍ଜଳି, ଲିଟିନା ପ୍ରିୟଦର୍ଶନୀ, ଗିରିଶ ବାଳା ନାୟକ ଓ ଗ୍ରନ୍ଥଗାରିକ ବିଭୁତି ଭୁଷଣ ସାହୁ ଯୋଗ ଦେଇ ନାରୀ ଯୌନ ନିର୍ଯ୍ୟାତନା ର ଆଧାର, ଆଇନ୍ ଗତ ବ୍ୟବସ୍ଥା ଓ ମହିଳା କମିଶନ୍ ର ଭୁମିକା ସମ୍ପର୍କ ରେ ଆଲୋକପାତ କରିଥିଲେ । ଏହି ସଭା ରେ ଓଡିଶା ର ବିଭିନ୍ନ କେମ୍ପସ୍ ତଥା ହଷ୍ଟେଲ୍ ରେ ଘଟୁଥିବା ଛାତ୍ରୀ ଯୌନ ନିର୍ଯ୍ୟାତନା ଘଟଣା ଓ ଏଥିରେ ଅଧ୍ୟାପକ ମାନଙ୍କର ସମ୍ପୃକ୍ତି ପାଇଁ ଉଦବେଗ ପ୍ରକାଶ ପାଇଥିଲା । ସଭା ଆରମ୍ଭ ହେବା ପୂର୍ବରୁ ନିର୍ଯ୍ୟାତନା ର ଶିକାର ହୋଇ ମୃତ୍ୟୁବରଣ କରିଥିବା ବାଲେଶ୍ଵର ଫକିର ମୋହନ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମାର ସତଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଛାତ୍ରୀ ରଚନା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।