Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

15 ଦିନ ହେବ ରେଙ୍ଗାଲି ଡାକ୍ତରଖାନା ର ଗୋଟିଏ ରାସ୍ତା ବନ୍ଦ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସହର ଏକ ଜନବହୁଳ ସହର। ରେଙ୍ଗାଲି ସହର କୁ ଯାଇଥିବା ରାସ୍ତା ରେ ଏବେ ଡ୍ରେନ କାମ ଚାଲୁଛି। ଏହି ଡ୍ରେନ ଯେଉଁ ଭାବରେ ନିର୍ମାଣ କରାଯାଉଛି ତାହା ରେଙ୍ଗାଲି ଜନସାଧାରଣ ଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି। ଏହି ଡ୍ରେନ ନିର୍ମାଣ ରେ ନିର୍ମାଣ କରୁଥିବା ସଂସ୍ଥାର ମାନମୁଖୀ କାର୍ଯ୍ୟ ପାଇଁ ରେଙ୍ଗାଲି ଜନସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ରେଙ୍ଗାଲି ସରକାରୀ ଡାକ୍ତରଖାନାକୁ ଯିବା ପାଇଁ 2 ଟି ପ୍ରବେଶ ପଥ ରହିଛି। ଡ୍ରେନ ନିର୍ମାଣ ଯୋଗୁଁ ଆଜିକୁ 15 ଦିନ ହେବ ଗୋଟିଏ ପ୍ରବେଶ ପଥ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।ଫଳରେ ଡାକ୍ତରଖାନା କୁ ପ୍ରତିଦିନ ଆସୁଥିବା ରୋଗୀ, ଆମ୍ବୁଲାନ୍ସ, ଡାକ୍ତରଖାନା କର୍ମଚାରୀ ଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଜି ଡ୍ରେନ କାମ କରୁଥିବା ଠିକାଦାର ନିଜର ମାନମୁଖୀ ଗୋଟିଏ ଜାଗାରେ କାମ ସମ୍ପୂର୍ଣ୍ଣ ନକରି ଅନ୍ୟ ସ୍ଥାନରେ ଡ୍ରେନ ଖୋଲି ଚାଲିଛନ୍ତି। ଡାକ୍ଟରଖାନା ଖାନା ଏକ ଜରୁରୀ ସେବା ଯୋଗାଉଥିବା ସ୍ଥାନ। ଡାକ୍ତରଖାନା ର କାମ ସମ୍ପୂର୍ଣ୍ଣ କଲା ପରେ ଅନ୍ୟ ସ୍ଥାନରେ କାମ ଆରମ୍ଭ କରିବା କଥା। ରେଙ୍ଗାଲି ମୁଖ୍ୟ ରାସ୍ତା ରୁ ଗୌଡ଼ ପଡା ଯାଇଥିବା ରାସ୍ତ ରେ ମଧ୍ୟ ଡ୍ରେନ ନିର୍ମାଣ ଆରମ୍ଭ କରି କାମ କୁ ସମ୍ପୁର୍ଣ୍ଣ ନକରି ରେଙ୍ଗାଲି ବସଷ୍ଟାଣ୍ଡ ରେ ଡ୍ରେନ କାମ ଆରମ୍ଭ କରାଯାଇଛି। ଫଳରେ ଗୌଡ଼ ପଡା କୁ ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ଫଳରେ ପଡାବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ରେଙ୍ଗାଲି ମୁଖ୍ୟ ରାସ୍ତା ରେ ନିର୍ମାଣ କାମ ଚାଲୁଛି। ରାସ୍ତା ରେ ବାଲି, ଗେଟି ଜମା ରହୁଥିବାରୁ ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ବିନା କୌଣସି ସତର୍କ ସୂଚନା ରେ ଠିକା ସଂସ୍ଥା କାମ କରିଚାଲିଛି। ଏପରି ମାନମୁଖୀ କାର୍ଯ୍ୟ ଯୋଗୁଁ କେତେବେଳେ ଅଘଟଣ ଘଟିଲେ କିଏ ଦାୟୀ ହେବ ବୋଲି ରେଙ୍ଗାଲିବାସୀ ପ୍ରଶ୍ନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ