Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାକଟିଦେଉଳରେ ସି ଏସ ସି ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଆଜି ସିଏସସି ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ନାକଟିଦେଉଳ ହାଟ ପଦା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା| ଏହି କାର୍ଯ୍ୟକ୍ରମ ରେ ବାହାଡା, କରଞ୍ଜ, ତେନ୍ତୁଳି, ଜାମୁ ଆଦି ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ, ସାହେବୀ ସରପଞ୍ଚ ରାମପ୍ରସାଦ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁସଙ୍ଗିକ ଭାବେ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବାବୁଲା ସାହୁ, ସମରେନ୍ଦ୍ର ମାଝୀ,ସଚିନ କୁମାର ସାହୁ, ଚିତ୍ତରଞ୍ଜନ ପ୍ରଧାନ, ନିଗମାନନ୍ଦ ସାହୁ, ପ୍ରଶାନ୍ତ କୁମାର ପୁରୋହିତ, ସୁକୁମାର ପ୍ରଧାନ, ଜିତମୟ କୁମାର ସାହୁ, ସିଦ୍ଧାର୍ଥ ବେହେରା, ରିତୁ ବିଶ୍ୱାଳ, ସୁରେଶ ଚନ୍ଦ୍ର ନାଏକ, ଅଶୋକ କୁମାର ପ୍ରଧାନ, ଲଷ୍ମୀକାନ୍ତ ନାଏକ, ସୁଶାନ୍ତ ଭୁତିଆ, ପ୍ରଶାନ୍ତ ଦାଶ, ମୁକେଶ ପ୍ରଧାନ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଜନସେବା କେନ୍ଦ୍ର ସଂଚାଳକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ