ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମହକୁମା ଠାରୁ ସପ୍ନେ ସେତୁ ଦେଇ ଝାରସୁଗୁଡ଼ା ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ର ଦୂରାବସ୍ଥା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ହୀରାକୁଦ ବିସ୍ଥାପିତ ଗ୍ରାମବାସୀ। ରେଙ୍ଗାଲି ବ୍ଲକ ସପ୍ନେ ଠାରେ ଇବ ନଦୀ ଉପରେ ସେତୁ ନିର୍ମାଣ ହେବା ଦିନଠାରୁ ଝାରସୁଗୁଡ଼ା ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଯାତାୟାତ ବୃଦ୍ଧି ପାଇଛି। ଏହି ରାସ୍ତା ଉପରେ ହୀରାକୁଦ ବିସ୍ଥାପିତ ରେଙ୍ଗାଲି ବ୍ଲକ ର ସାଲଡ଼, ତୁରିଟିକ୍ରା, ଯୁଗିପାଲି, ସପ୍ନେ, ବାରିକ ପାଲି, କୁର୍ଲା, ଗ୍ରାମ ର ଗ୍ରାମବାସୀ ଙ୍କ ସହ ଝାରସୁଗୁଡ଼ା ଜିଲ୍ଲା ଓ ପଡ଼ୋଶୀ ଛତିସଗଡ଼ ରାଜ୍ୟ ର ଲୋକେ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଶହ ଶହ ଛୋଟ ବଡ଼ ଛାତ୍ର ଛାତ୍ରୀ, ରୋଗୀ ବୃଦ୍ଧ ବୃଦ୍ଧା ଙ୍କ ସହ ବହୁ ଲୋକେ ଯିବା ଆସିବା କରିଥାନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ର ସାହାଜବାହଲ ରେ ଥିବା ଜେ ଏସ ଡବ୍ଲୁ କାରଖାନା ଓ ଇବ ଥର୍ମାଲ ସ୍ଥିତ ଓ ପି ଜି ସି କାରଖାନା ର ପାଉଁଶ, କୋଇଲା ବୋଝେଇ ଭାରି ଯାନ ଗୁଡ଼ିକ ଚାଲିବା ଦିନଠାରୁ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ରାସ୍ତା ରେ ବଡ଼ ବଡ଼ ଗାତ ହୋଇଥିବାରୁ ବର୍ଷା ଦିନେ ପାଣି ଜମି ଯିବାରୁ ଗାତ ଗୁଡ଼ିକ ପୋଖରୀ ର ଭ୍ରମ ସୃଷ୍ଟି କରୁଛନ୍ତି, ରାସ୍ତା ଦେଇ ମଣିଷ ତ ମଣିଷ ଯମ ମଧ୍ୟ ଯିବ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀ ବହୁବାର କମ୍ପାନୀ କୁ ରାସ୍ତା ମରାମତି ପାଇଁ କହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଗ୍ରାମବାସୀ ଙ୍କ ସରଳତା ର ସୁଯୋଗ ନେଇ କମ୍ପାନୀ ଗ୍ରାମବାସୀ ଙ୍କ ଉପରେ ଆହୁରି ଅତ୍ୟାଚାର କରୁଛି। ଏଣୁ ଆଗାମୀ 8 ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ନେଲେ ଗ୍ରାମବାସୀ ଗଣତାନ୍ତ୍ରିକ ପଦ୍ଧତିରେ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି।
ରାସ୍ତା ର ଦୂରାବସ୍ଥା ନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ହୀରାକୁଦ ବିସ୍ଥାପିତ ଗ୍ରାମବାସୀ।
