Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ICSE ଦଶମ ପରୀକ୍ଷାରେ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ବାଳିକା ବର୍ଗରେ ଟପ୍ପର

କଳାହାଣ୍ଡି: ICSEଦଶମ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିମଳା କନଭେଣ୍ଟର ଛାତ୍ରୀ ଉନ୍ନତି ବେମାଲ ୯୬% ନମ୍ବର ରଖି ବାଳିକା ବର୍ଗରେ ବିଦ୍ୟାଳୟ ଟପ୍ପର ହୋଇଥିବା ଜଣାପଡ଼ିଛି। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିବାର ବର୍ଗରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ପଛରେ ଗୁରୁଜନ, ବାପା ମା, ପରିବାର ବର୍ଗ ଓ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ , ସୁଶ୍ରୀ ବେମାଲ ଭବାନୀପାଟଣା ବାଣିଜ୍ୟ କର ବିଭାଗର କମିଶନର ଭାବେ କାର୍ଯ୍ୟରତ ତୋଫାନ ବେମାଲଙ୍କ ଜ୍ୟେଷ୍ଠ କନ୍ୟା ଅଟନ୍ତି। ସେ କୋକସରା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଭାବେ ଜଣାଶୁଣା ସ୍ଵର୍ଗତ ଭଜ ବେମାଲଙ୍କ ନାତୁଣୀ ଅଟନ୍ତି। ମାଆ ପୁଷ୍ପାଞ୍ଜଳି ବେମାଲ ଜଣେ ଗୃହିଣୀ ଓ ସେ ଝିଅର ପାଠପଢ଼ାରେ ପୂର୍ଣ୍ଣ ସହାୟତା କରୁଥିଲେ। ତାଙ୍କର ଏହି ସଫଳତାରେ ତାଙ୍କ ନିଜ ଗ୍ରାମ ଗତାବନ୍ଧ ତଥା ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ