ସମ୍ବଲପୁର: ରାଜ୍ୟର ନାରୀ ସୁରକ୍ଷା କୁ ନେଇ ଆଜି ବିଜେଡି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଘେରାଓ କରିଛି। ବିଜେଡି ନେତୃ ମଣ୍ଡଳୀ ସରକାର ବିରୋଧ ରେ ନାନା ଅଭଯୋଗ ଆଣିଛନ୍ତି । ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ପୂର୍ବତନ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରୀ ନାୟକ ବିରୋଧୀ ଙ୍କୁ ଆକ୍ଷେପ କରି ଗର୍ଜିଛନ୍ତି ।
ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ରେ ନିରଙ୍କୁଶ ଭାବେ ଶାସନ କରିଥିବା ବିଜେଡି ଦଳ ଆଜି ନାରୀ ଅତ୍ୟାଚାର, ନାରୀ ସୁରକ୍ଷା କୁ ନେଇ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛି ତାହା ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ । ଆଜି ବିକ୍ଷୋଭ ରେ ବିଜେଡି ନେତୃବୃନ୍ଦ ସରକାର ଙ୍କ ବିରୁଦ୍ଧରେ ଯାହା ଯାହା ଆପତ୍ତି ଅଭିଯୋଗ ଆଣିଛନ୍ତି ସବୁ ମିଥ୍ୟା, ଭିତ୍ତିହୀନ ଓ ତଥ୍ୟ ବିହୀନ ଉଭୟ ନେତା କହିଛନ୍ତି।
ବିଜେଡିର ଆନ୍ଦୋଳନ ଚାଲୁଣିର ଛୁଞ୍ଚିକୁଆକ୍ଷେପ ଭଳି – ଜୟନାରାୟଣ
ବିଗତ ୨୪ ବର୍ଷ ରେ ଓଡିଶା ରେ ହଜାର ହଜାର ନାରୀ ନିର୍ଯ୍ୟାତନା, ବଳାତ୍କାର, ଗଣ ଧର୍ଷଣ ର ଅଘଟଣ ଘଟିଥିଲା । ପରି, ବେବିନା, କୁନ୍ଦୁଲି, ମେଧବୀଲତା, ଛବି ରାଣୀ, ମମିତା ମେହେର, ପିହୁ, ଇତିଶ୍ରୀ, ସଶ୍ମିତା, ରୁଚିକା, ସ୍ମିତା ରାଣୀ ଭଳି ଶହ ଶହ ବହୁ ଚର୍ଚ୍ଚିତ ଘଟଣା ଘଟିଥିଲା । ପ୍ରାୟ ପ୍ରାୟ ପ୍ରତ୍ୟେକ ଘଟଣା ରେ ବିଜେଡି ନେତା ମନ୍ତ୍ରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ରେ ଜଡ଼ିତ ଥିଲେ । ନେତା ମନ୍ତ୍ରୀ ଙ୍କ ବିରୁଦ୍ଧରେ ପିଡିତା କିମ୍ବା ପିଡିତା ଙ୍କ ପରିବାର ସିଧାସଳଖ ଅଭଯୋଗ ଆଣୁଥିଲେ ହେଲେ ସରକାର ସବୁ ଘଟଣା କୁ ଚପେଇ ଦେଉଥୁଲେ । ଅନୁସନ୍ଧାନ ଚାଲିଛି ଓ ଆଇନ ତା ବାଟ ରେ ଯିବ କହି ଦେଇ ସରକାର ନିଜ ଦାୟିତ୍ୱ ରୁ ଖସି ଯାଉଥୁଲେ । କୌଣସି ବି ଘଟଣା ରେ ନା ହେଉଥିଲା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନା ମିଳୁଥିଲା ପିଡିତା ଙ୍କୁ ନ୍ୟାୟ ବୋଲି ସେ ବିଜେଡି ନେତାଙ୍କୁ ପ୍ରଶ୍ନ କରିଛନ୍ତି।
ରାଜ୍ୟ ର ବିକାଶ ଓ ନାରୀ ସୁରକ୍ଷା ପ୍ରତି
ମୋହନ ସରକାର ପ୍ରତିଶ୍ରୁତିବଦ୍ଧ – ନାଉରୀ ନାଏକ
ଆଜି ମୋହନ ମାଝୀ ଙ୍କ ସରକାର ପ୍ରତ୍ୟେକ ଘଟଣା ରେ ତତ୍ପରତା ଦେଖାଇ ଓ କ୍ରିୟାଶୀଳ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସମୟ ରେ ପିଡିତା କିମ୍ବା ତାଙ୍କ ପରିବାର ନ୍ୟାୟ ପାଇବା ର ଦୂର ର କଥା, ସେତେବେଳେ କେହି ବି ସରକାରୀ ନେତା ମନ୍ତ୍ରୀ ଅଧିକାରୀ ପିଡିତା କିମ୍ବା ତାଙ୍କ ପରିବାର କୁ ସାକ୍ଷାତ ମଧ୍ୟ କରିବାକୁ ଯାଉନଥିଲେ । ହେଲେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଙ୍କ ଠୁଁ ଆରମ୍ଭ କରି ରାଜ୍ୟ ର ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ମାନେ ପିଡିତା ଓ ପିଡିତା ଙ୍କ ପରିବାର କୁ ସାକ୍ଷାତ କରି ସମବେଦନା ଜଣାଇବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ପ୍ରଦାନ ର ପ୍ରତିଶୃତି ଦେଉଛନ୍ତି । କେବଳ ପ୍ରତିଶୃତି ଦେଉ ନାହାଁନ୍ତି ତହିଁନୁସାରେ ସରକାରୀ ଅଧିକାରୀ ଙ୍କୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇ ଦୃଷ୍ଟାନ୍ତମୂଳକ ଓ କଠୋର କାର୍ଯ୍ୟାନୁଷ୍ଠାନ ମାନେ ଗ୍ରହଣ କରୁଛନ୍ତି। ଏହା ବିଜେଡିକୁ ସୁହାଉନାହିଁ। ତେଣୁ ନିଜ ଦୁର୍ବଳତାକୁ ନେଇ ସେମାନେ ରାଜରାସ୍ତାକୁ ଓ଼ଲ୍ଳେଇଛନ୍ତି ବୋଲି ନାଉରୀ ନାଏକ କହି ଛନ୍ତି।
ବିଜେଡି ଏଭଳି ଘୃଣ୍ୟ ଓ କୁତ୍ସିତ ରାଜନୀତି ରୁ ନିବୃତ ରହି ନିଜର ଶାସନକାଳ ରେ କରିଥିବା ଅକଥନୀୟ ଅନ୍ୟାୟ ଅତ୍ୟାଚାର ବ୍ୟଭିଚାର ର ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ମୋହନ ମାଝୀ ଙ୍କ ସରକାର ଲୋକଙ୍କ ସରକାର । ରାଜ୍ୟ ର ସର୍ବାଙ୍ଗୀନ ବିକାଶ ସହିତ ଲୋକଙ୍କ ଧନଜୀବନ ରକ୍ଷା ଓ ବିଶେଷ ଭାବେ ନାରୀ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ଓ ପ୍ରତିଶ୍ରୁତିବଦ୍ଧ ବୋଲି ଉଭୟ ନେତା ଆଜି ଚେତାଇ ଦେଇଛନ୍ତି।
ବିଜେଡି ଆନ୍ଦୋଳନକୁ ନେଇ ଗର୍ଜିଲେ ବିଜେପି ନେତା ଜୟ, ନାଉରୀ
