Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାଖଣ୍ଡ ସାମ୍ମୁଖ୍ୟର ପ୍ରତିଷ୍ଠା ଦିବସ:ସାକ୍ଷୀ ରହିଛି ଇତିହାସ,ହୀରାଖଣ୍ଡ ପ୍ରଦେଶ ଗଠନରେ ବିଳମ୍ଭତା ହିଁ ଶୋଷଣର ଷଡଯନ୍ତ୍ର

ସମ୍ବଲପୁର:ହୀରାଖଣ୍ଡ ଅଞ୍ଚଳର ଶୋଷଣ କରି ପ୍ରବଞ୍ଚନା ମୂଳକ ଭାବରେ ଉପେକ୍ଷା ଓଡ଼ିଶାର ଶାସନ ବ୍ୟବସ୍ଥାର ଅଙ୍ଗ ହୋଇ ରହିଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ।
ହୀରାଖଣ୍ଡ ସାମ୍ମୁଖ୍ୟର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ହୋତା କହିଲେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଘୋଷଣା ଓ ଅର୍ଥ ମଞ୍ଜୁରୀ ପରେ ଚଞ୍ଚକତା କରି ଉକ୍ତ ଅର୍ଥରାଶିକକୁ ଉପକୂଳ ଓଡିଶାରେ ଖର୍ଚ୍ଚ କରିବାର ପରମ୍ପରା ବହୁ ଦିନରୁ ଚାଲି ଆସିଛି। ନିୟମିତ ଅର୍ଥ ମଞ୍ଜୁରୀ କ୍ଷେତ୍ରରେ ମାର୍ଚ୍ଚ ମାସରେ ଏଭଳି ସମୟରେ ଅର୍ଥ ଆସେ ଯାହାକି ଖର୍ଚ୍ଚ କରିବାର କୌଣସି ରାସ୍ତା ନ ଥାଏ। ଏହି ଅର୍ଥ ଫେରିବ ଓ କେଉଁଠି ଖର୍ଚ୍ଚ କରାଯିବ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ । କେନ୍ଦୁପତ୍ର ପାଣ୍ଠି ଠାରୁ ଆରମ୍ଭ କରି ବରଗଡ଼ କ୍ୟାନ୍ସର ହସପିଟାଲ ପର୍ଯ୍ୟନ୍ତ କିଭଳି ଛଳନା କରାଯାଇଛି ସେ ସମ୍ପର୍କରେ ଶ୍ରୀ ହୋତା ଆଲୋଚନା କରିଥିଲେ ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦୀପକ କୁମାର ପଣ୍ଡା କଳିଙ୍ଗ, ଉତ୍କଳ, କୋଶଳ, ଦକ୍ଷିଣ କୋଶଳ ଓ ହୀରାଖଣ୍ଡର ଭୈ।ଗଳିକ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ପଶ୍ଚିମ ଓଡ଼ିଶା ଦକ୍ଷିଣ କୋଶଳର ବିଶାଳ ଭୂଖଣ୍ଡର ଅଂଶବିଶେଷ ଥିଲା ମାତ୍ର ହୀରାଖଣ୍ଡ ଏ ଅଞ୍ଚଳର ନିଜସ୍ଵ ଓ ପ୍ରକୃତ ଭୈ।ଗଳିକ ପରିଚୟ ଥିଲା। ହୀରାଖଣ୍ଡର ଅସ୍ତୀତ୍ବ ସମ୍ପର୍କରେ କହିବାକୁ ଯାଇ ସେ ବିଭିନ୍ନ ପ୍ରମାଣ ଦର୍ଶାଇଥିଲେ । ୧୯୪୬ ଅକ୍ଟୋବର ୭ ତାରିଖରେ ବଲାଙ୍ଗୀରରେ ସମ୍ବଲପୁର, ବଉଦ, ସୋନପୁର ଆଦି ସ୍ଥାନର ବହୁସଂଖ୍ୟାକ ପ୍ରତିନିଧିଙ୍କ ଯୋଗଦାନ କ୍ରମେ ଆୟୋଜିତ କୃଷକ ଦଳ ଓ ପ୍ରଜାମଣ୍ଡଳର ମିଳିତ ସଭାରେ ହୀରାଖଣ୍ଡ ପ୍ରଦେଶ ଗଠନ ଉପରେ ଆଲୋଚନା ହୋଇଥିଲା।
ହୀରାଖଣ୍ଡ ସାମ୍ମୁଖ୍ୟର ସଭାପତି ରାମାନୁଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସର୍ବାଧିକ ବାର ଗୋଟିଏ ନାଟକ ଭାବରେ ବୀର ସୁରେନ୍ଦ୍ର ସାଏ ନାଟକ କରି ଆସିଥିବା ବରଗଡ଼ ଜିଲ୍ଲା କୁମ୍ଭାରୀର ବ୍ରଜେଶ୍ବରୀ ନୃତ୍ୟ କଲା ପରିଷଦ ଓ ସମ୍ବଲପୁରର ସୁନାମଧନ୍ୟ କବି, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ତଥା ସାଂସ୍କୃତିକ ସଙ୍ଗଠକ ବିପିନ ବିହାରୀ ଦାସଙ୍କୁ ହୀରାଖଣ୍ଡ ସମ୍ମାନ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବୀର ସୁରେନ୍ଦ୍ର ସାଏ ଚୁହାନ ନାଟକର ଅଭିନେତା ଭୂବନ ଭୋଇ, ବାସୁଦେବ ପ୍ରଧାନ ଓ ମନୋରଞ୍ଜନ ଚିରଗୁନ ସଂଳାପ କହିଥିଲେ ।
ସହ ସମ୍ପାଦକ ତର୍ପଣ ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ସତ୍ୟନାରାୟଣ ଠାକୁର, ତାପସ ଦାସ, ବିଜୟଲକ୍ଷ୍ମୀ ବେହେରା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ । ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ପାଟ୍ଟଯୋଶୀ ମାନପତ୍ର ପାଠ କରିଥିଲେ । ଶେଷରେ ଲଳିତ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହିତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ