Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ସହିତ ପଦ୍ମପୁରରେ ବୁଣାକାର ମାନଙ୍କ ପାଇଁ ସ୍ଥାୟୀ କମ୍ପ୍ଲେକ୍ସ ନିର୍ମାଣ ପାଇଁ କେନ୍ଦ୍ର ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଙ୍କୁ ଦାବି ଜଣାଇଲେ ବରଗଡ଼ ସାଂସଦ

ସମ୍ବଲପୁର:ଓଡିଶାର ସମ୍ବଲପୁରୀ ବସ୍ତ୍ର ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ୱ ଦରବାରରେ ଏହି ବସ୍ତ୍ରର ଚାହିଦା ମଧ୍ୟ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବା ଆବଶ୍ୟକତା ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଆଲୋଚନା କରିଛନ୍ତି ।
ଏହି ଆଲୋଚନା କାଳରେ ପଦ୍ମପୁର ଠାରେ ବୁଣାକାରମାନଙ୍କ ପାଇଁ ଏକ ସ୍ଥାୟୀ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସାଂସଦ ଗୁରୁତ୍ୱଦେଇ ଏହାର ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଗିରିରାଜଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ପଦ୍ମପୁର ସ୍ଥିତ ମହୁଲପାଲି ବୁଣାକାର କେନ୍ଦ୍ରକୁ ନିକଟସ୍ଥ ସୋନପୁର, ସମ୍ବଲପୁର, ବରଗଡ ପରି ଅନ୍ୟ ଜିଲ୍ଲାର ବୁଣାକାର ମାନେ ବ୍ୟବସାୟ କରିବା ପାଇଁ ସପ୍ତାହକୁ ଥରେ ଆସୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେହି କେନ୍ଦ୍ର ବର୍ତ୍ତମାନ ବନ୍ଦ ହେବା ଅବସ୍ଥାରେ ରହିଛି। ତେଣୁ ବୁଣାକାର ଓ ବ୍ୟବସାୟୀଙ୍କ ସ୍ଥାୟୀ ବ୍ୟବସ୍ଥା କରାଯିବା ନେଇ ବରଗଡ ସାଂସଦ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ଠାରେ ବିଶେଷ ଆଲୋଚନା କରି ସମ୍ବଲପୁରୀ ବସ୍ତ୍ର କୁ ଅଧିକ ସର୍ବବିଦିତ କରିବା ପାଇଁ ଆଲୋଚନା କରିବା ସହିତ ଯୋଜନା ଭିତ୍ତିକ ପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ