Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାପାଳଙ୍କ ଧନକଉଡ଼ା ବ୍ଲକର ବିଭିନ୍ନ ବିକାଶ ମୂଳକକାର୍ଯ୍ୟର ସମୀକ୍ଷା

ସମ୍ବଲପୁର:ମଙ୍ଗଳପୁର ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଧନକଉଡା ବ୍ଲକ ଗସ୍ତ ରେ ଯାଇ କାଳାମାଟି ଗ୍ରାମ ର ଡ୍ରାଗନ ଫଳ ଚାଷ, ଗୋଡଭଗା +୩ କଲେଜ, ବସନ୍ତପୁର ଗ୍ରାମ ପଞ୍ଚାୟତ ର ସାହଜଜବାହାଲ ଗ୍ରାମ ର ଟେରାକୋଟା କଳାକୃତି ଘର ପରିଦର୍ଶନ କରିବା ସହିତ ଆୟୁଷ ଆରୋଗ୍ଯ କେନ୍ଦ୍ର, ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ଡ୍ରାଗନ ଫଳ ଚାଷକୁ ପ୍ରୋତ୍ସାହିତ କରିବାକୁ କ୍ଲଷ୍ଟର ଆଧାରିତ ପ୍ରଣାଳୀ ଗଠନ ଏବଂ କୃଷି ପର୍ଯ୍ୟଟନ ଉନ୍ନତି ପାଇଁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଓଡ଼ିଶା ଜୀବିକା ମିସନ୍ ଏବଂ ଓଡ଼ିଶା ରୁରାଲ୍ ଡିଭେଲପମେଣ୍ଟ ଏଣ୍ଡ ମାର୍କେଟିଂ ସୋସାଇଟି (ଓରମାସ) ଙ୍କୁ ଏହି ଉଦ୍ୟମରେ ସଂଯୁକ୍ତ ଭାବେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ। ଗୋଡଭଗା +୩ କଲେଜ ର ବିକାଶ ମୂଳକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଟେରାକୋଟା କଳାକୃତି ଘର ପରିଦର୍ଶନ କରି ସ୍ଥାନୀୟ କାରିଗର ମାନଙ୍କର ଉନ୍ନତ ପ୍ରଶିକ୍ଷଣ ସୁବିଧା ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଗ୍ରାମରେ ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହା ସହିତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଗ୍ରାମରେ ମୌଳିକ ସୁବିଧା ଯୋଗାଇଦେବା, ବିଶେଷକରି ସୁଦୃଢ଼ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।