Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗେସ ପାଇଁ କଲବଲ ଅଞ୍ଚଳ ବାସୀ। ପ୍ରତ୍ୟେକ ଦିନ 5ଘଣ୍ଟା ଅପେକ୍ଷା କଲେ ଗେସ ଗାଡ଼ି ଆସୁଛି

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାସୀ ଗେସ ପାଇଁ ବହୁତ କଲବଲ ହେଉଛନ୍ତି। ରେଙ୍ଗାଲି ରେ ହଜାର ହଜାର ଇଣ୍ଡେନ ଗେସ ହିତାଧିକାରୀ ହଇରାଣ ହୋଇ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରତ୍ୟେକ ଦିନ 5ଘଣ୍ଟା ଅପେକ୍ଷା କଲେ ଗେସ ଗାଡ଼ି କୁ ଅପେକ୍ଷା କଲେ ଗେସ ଗାଡ଼ି ଆସୁଛି, ତାପରେ ଲମ୍ବା ଧାଡ଼ି ରେ 2ଘଣ୍ଟା ଅପେକ୍ଷା କଲେ ଯାଇ ଗେସ ମିଳୁଛି। ଗେସ ଆଣିବାକୁ ଗଲେ ଦିନେ ଗଲା। ଗେସ ପାଇଁ ଚାକିରି ବାଲାଲୋକେ ଛୁଟି ନେଉଛନ୍ତି ତ ଦୁକାନ ବଜାର ବାଲା ମାନେ ଦୁକାନ ବନ୍ଦ କରି ଗେସ ନେବାକୁ ଯାଉଛନ୍ତି। ଖାଲି ଏତିକି ରେ ଦୁଃଖ ସରିନାହିଁ ବିଡ଼ମ୍ବନା ର ବିଷୟ ବୁକିଙ୍ଗ କଲେ ଗେସ ମିଳୁନାହିଁ କିନ୍ତୁ ଦୁଇ ଦିନ ପରେ ସବସିଡି ମେସେଜ ମିଳିଯାଉଛି, ଏଣୁ ବୁକିଙ୍ଗ କରିଥିବା ଗେସ ଗଲା କୁଆଡେ? ହୋମ ଡେଲିଭରି ବ୍ୟବସ୍ଥା ଗଲା କାହିଁ? ବହୁ ସମୟରେ ବୁକିଙ୍ଗ ହୋଇ ମଧ୍ୟ ଅତୋମେଟିକ କେନସେଲ ହୋଇଯାଉଛି। ଏବେ ଦୁଇ ଦିନ ହେବ ବୁକୀଙ୍ଗ କଲେ ଗୋଟିଏ ଗେସ ଏଯେନ୍ସି ନାମରେ ଗେସ ବୁକିଙ୍ଗ ହୋଇଯାଉଛି କିନ୍ତୁ ତାପରେ ଅନ୍ୟ ଗୋଟିଏ ଗ୍ୟାସ ଏଯେନ୍ସି ନାମ କୁ ଟ୍ରାନ୍ସଫର ହୋଇଯାଉଛି। ଏପରି ଦୁଃଖ ଭୋଗୁଛନ୍ତି ଅଞ୍ଚଳବାସୀ।
ଏନେଇ ମାର୍କେଟିଙ୍ଗ ଇନ୍ସପେକ୍ଟର ମର୍ଶାଲିନ ପଡ଼ିହାରୀ ଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା 5/6ଦିନ ଭିତରେ ସବୁ ବ୍ୟବସ୍ଥା ହୋଇଯିବ, ସମସ୍ତେ ଠିକ ଭାବରେ ଗେସ ପାଇବେ ହଇରାଣ ହେବାକୁ ପଡ଼ିବ ନାହିଁ। ଦୁଇ ମାସ ହେବ ରେଙ୍ଗାଲି ବିତରକ କେନ୍ଦ୍ର ବନ୍ଦ ହେବା ପରେ ସମ୍ବଲପୁର ଜିଲ୍ଲା ର ରିଲାଇବୁଲ ଓ ଲିପି ଗେସ ଏଜେନ୍ସି ରେଙ୍ଗାଲି ରେ ଡିପୁ କରି ଗେସ ଦେଉଥିଲେ, ସେମାନେ ଉଭୟେ ଆଉ ଗେସ ଯୋଗାଇ ପାରିବୁ ନାହିଁ ବୋଲି ଲିଖିତ ଭାବରେ ଆମକୁ ଜଣାଇ ଦେଇଛନ୍ତି, ଦିନ ଦୁଇ ଦିନ ପରେ ମାଁ ସମଲେଶ୍ଵରୀ ଗେସ ଏଜେନ୍ସି ରେଙ୍ଗାଲି ରେ ଡ଼ିପୁ କରି ସମସ୍ତ ଙ୍କୁ ଠିକ ସମୟରେ ଯୋଗାଇ ଦେବ ବୋଲି ଆମର ଇଣ୍ଡେନ ଗେସ ଏରିଆ ମେନେଜର ସହ ସମସ୍ତ ପ୍ରକାରର ଆଲୋଚନା ସରିଛି ଆମକୁ 5-6 ଦିନ ସମୟ ଲାଗିବ ବୋଲି ପ୍ରକାଶ କରିଛନ୍ତି। ଏବିଷୟ ରେ ସମ୍ବଲପୁର ସିଏସଓ ଙ୍କୁ ପଚାରିବାରୁ ସେ କହିଲେ ମୋ ନଜର କୁ ଗେସ ପାଇଁ ଏତେ ଅସୁବିଧା କଥା ଆସିନଥିଲା, ମୁଁ ରେଙ୍ଗାଲି ଏମ.ଆଇ. ଙ୍କୁ ନିର୍ଦେଶ ଦେଉଛି ଏହି ସମସ୍ୟା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ମନିଟରିଂ କରି ମୋତେ ରିପୋର୍ଟ ଦେବେ ଓ ସମସ୍ୟା ର ସମାଧାନ ଖୁବଶୀଘ୍ର କରାଯିବ। କୌଣସି ପ୍ରକାରର କଳାବଜାରୀ କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି।
ରେଙ୍ଗାଲି ପଞ୍ଚାୟତ ରେ ଥିବା ଗ୍ରାମୀଣ ବିତରକ କେନ୍ଦ୍ର ଉପରେ ସାଡ, ରେଙ୍ଗାଲି, ନିଶାନଭଙ୍ଗା, ଜଙ୍ଗଲା, କତରବଗା, ଲପଙ୍ଗା, ଠେଲକୁଲି, ଖୁଣ୍ଡା, ଘିଚାମୁରା, ବୋମାଲୋଇ ସମେତ ଧନକଉଡ଼ା ପଞ୍ଚାୟତର ଲୋକେ ନିର୍ଭରଶୀଳ ଥିଲେ। ରେଙ୍ଗାଲି ପଞ୍ଚାୟତ ରେ ଥିବା ଗ୍ରାମୀଣ ବିତରକ କେନ୍ଦ୍ର ଅଧୀନରେ ପ୍ରାୟ 4000-5000 ହିତାଧିକାରୀ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ