Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ରକ୍ତଦାତାଙ୍କ ବିୟୋଗରେ ଉତ୍ସର୍ଗ ପରିବାରର ଶୋକ, ସ୍ମୃତି ରକ୍ଷା ପାଇଁ ହେବ କାର୍ଯ୍ୟକ୍ରମ

ସମ୍ବଲପୁର:ସମ୍ବଲପୁର ସହରର ଦୁଇଜଣ ରକ୍ତଦାତା, ସମାଜର ଦର୍ପଣ ଙ୍କ ଅକାଳ ବିୟୋଗରେ ବୁଧବାର ସନ୍ଧ୍ୟାରେ ସାମାଜିକ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଅମର ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସ ସ୍ବର୍ଗତ ସୁନୀଲ ମହାପାତ୍ର, ବି ପଜିଟିଭ ଓ ସ୍ବର୍ଗତ ଭୀମ ରାଜ ଅଗ୍ରୱାଲ ଓ ପଜିଟିଭ ଙ୍କ ଅକାଳ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭା ଉତ୍ସର୍ଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ସର୍ବ ପ୍ରଥମେ ଉଭୟ ଙ୍କ ଅମର ଆତ୍ମା ପ୍ରତି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉଭୟେ ମାନବିକତାର ନିଦର୍ଶନ ଓ ସମାଜ ପାଇଁ ଉତ୍ସର୍ଗୀକୃତ ଥିଲେ ବୋଲି ଉତ୍ସର୍ଗ ପରିବାର ସଭ୍ୟ ବୃନ୍ଦ ସୃତି ଚାରଣ କରିଥିଲେ।ପ୍ରଶାନ୍ତ ପାଟ୍ଟଯୋଶୀ, ପ୍ରଫୁଲ୍ଲ କୁମାର ହୋତା, ସୁଧୀର ପୂଜାରୀ, ହରି ଶଙ୍କର ମେହେର,ଶିବ ନାରାୟଣ ପାଣିଗ୍ରାହୀ, କୁନା ଦାନୀ, ସୁରେଶ ପଟ୍ଟନାୟକ, ସନତ ବେହେରା, ରାଜେନ୍ଦ୍ର ମିଶ୍ର ପ୍ରମୁଖ ସ୍ବର୍ଗତ ମହାପାତ୍ର ଓ ଅଗ୍ରୱାଲ ଙ୍କ ସୃତି ଚାରଣ କରି ଥିଲେ। ଆଗାମୀ ଦିନରେ ଏହି ଅମର ପ୍ରତିଭାଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଉତ୍ସର୍ଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ