Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦିନ ପାଇଁ ସାଂସ୍କୃତିକ ଶୋଭାଯାତ୍ରା: ରାଜରାସ୍ତାରେ ନାଚିଲେ କଳାକାର, ନେତା ଜନତା

ସମ୍ବଲପୁର:ସମ୍ବଲପୁର ଜେଲ ଛକ ନିକଟରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ସମ୍ବଲପୁରୀ ଡେରା ଠାରେ ୧୩ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜିତ ହେବ । ସମ୍ବଲପୁରୀ ଦିନ ଆୟୋଜନ ପୁର୍ବରୁ ରବିବାର ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଇଷ୍ଟଦେବୀ ସମଲେଇଙ୍କ ଠାରେ ପୁଜାର୍ଚ୍ଚନା କରାଯିବା ପରେ ବାଲିବନ୍ଧା ମନ୍ଦିର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସମ୍ବଲପୁରର କଲାକାର ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର କର୍ମକର୍ତ୍ତା ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା, ମୁନିସିପାଲିଟି ଛକ ଦେଇ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା କୁ ପହଞ୍ଚି ଥିଲା । ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବରିଷ୍ଠ ଆଇନଜୀବୀ ଡ଼.ପ୍ରମୋଦ ରଥ ମଧ୍ୟ ଶୋଭାଯାତ୍ରା ରେ ସମିଲ ହୋଇ ସମସ୍ତଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ଏହାପରେ ଗୁରୁଶ୍ରୀ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କ ପ୍ରତିମୂର୍ତ୍ତି ଓ ସତ୍ୟ ନାରାୟଣ ବହିଦାରଙ୍କର ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଶୋଭାଯାତ୍ରା ରେ ଶତାଧିକ କଲାକାର ପଶ୍ଚିମାଞ୍ଚଲ ଯୁବ ଏକତା ମଞ୍ଚ , ଯୋଗ ପରିବାର, ଆପ୍ରାଇଜ ମହାବିଦ୍ୟାଳୟ ଏବଂ ନାରୀଶକ୍ତିର ସଦସ୍ୟ ମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଝୁନୁ ତ୍ରୀପାଠୀ ପଙ୍କଜିନୀ ମେହେର,କାନ୍ତୀ ମେହେର,ସ୍ବସ୍ତିକା ନାୟକ, ପଙ୍କଜିନୀ ବୈଠାରୁ, ସଂଘମିତ୍ରା ପଣ୍ଡା, ଶ୍ରୀମୟୀ ସାହୁ, ଭୂମୀସୂତା ମେହେର, ଲତିତା ଭୋଇ, ଯାମିନୀ ଠାକୁର, ଜୁଲି ମହାପାତ୍ର, ଅଳକା ମହାପାତ୍ର, ସୁଜାତା ଗୁରୁ, ଛବି ପତି, ତୃପ୍ତୀ ପଣ୍ଡା,ଦେବୀ ପ୍ରସାଦ ଭୋଇ, ପଥମ ପଣ୍ଡା, ସ୍ବୟଂ ପ୍ରକାଶ ପଣ୍ଡା, ଦଶରଥ ମେହେର, ରାଜେଶ ସ୍ବାଇଁ, ରାହୁଲ ମୋଦକ, ରାହୁଲ ଗୁପ୍ତା, କିଶୋର ଧରେଇ, ସୁରେନ୍ଦ୍ର ବଗର୍ତ୍ତୀ, ନିଶିକାନ୍ତ ବିଶ୍ୱାଲ, କ୍ଷିତୀଶ ବାଗ, ହିମାଂଶୁ ସାହୁ, ପ୍ରାଶିସ ପଣ୍ଡା, କୃଷ୍ଣ ଚନ୍ଦ୍ର ବାଗ, ବିଭୂତି ଭୂଷଣ ବାଗ, ଅମିତାଭ ମାଝୀ, କାହ୍ନୁରାମ ଶର୍ମା, ଅମନ ଚିରଗୁନ,ରାମଦାସ ପଣ୍ଡା, ମନୋଜ ସାହୁ, ଶିବ ଦିୱାନ,ସୁବ୍ରତ ପ୍ରଧାନ, ଶଙ୍କର ମେହେର, ସୁବୋଧ ଦୋରା, ଆବାହକ ଭବାନୀଶ ଭୋଇ,ମୁଖ୍ୟ ସଂଯୋଜକ ମାନସ ବକ୍ସି ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories