Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ନବୀନ ଦାଶ ଙ୍କ ବିୟୋଗରେ ନାଗରିକ ଶୋକସଭା

ସମ୍ବଲପୁର: ସାମ୍ବାଦିକକତା କୁ ଜୀବନର ବ୍ରତ ମନେ କରିଥିବା ସର୍ବଜନ ପ୍ରିୟ, ପରକୁ ଆପଣାର କରିପାରିବା ପରି ମହତ ଗୁଣର ଅଧିକାରୀ ସ୍ୱର୍ଗତ ସାମ୍ବାଦିକ ନବୀନ ଦାଶ ସମ୍ବାଦ ପ୍ରକାଶନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଆଜି ଅନୁଷ୍ଠିତ ନାଗରିକ ଶୋକସଭା ରେ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି I ଜଣେ ଦକ୍ଷ ଯୁବ ପ୍ରତିଭାବାନ ସାମ୍ବାଦିକ ଭାବେ ସମଗ୍ର ସମ୍ବଲପୁର ଜ଼ିଲ୍ଲା ସମେତ ରାଜ୍ୟରେ ସେ ବେଶ ସୁଖ୍ୟାତି ଅର୍ଜନ କରିଥିଲେ I ସାମ୍ବାଦିକ ନବୀନ ଦାଶ ଙ୍କ ବିୟୋଗ ସାମ୍ବାଦିକ ଜଗତ ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା I ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ସାମ୍ବାଦିକ ସରୋଜ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋକସଭାର ପ୍ରାରମ୍ଭରେ ସମାଜସେବୀ ଡ଼. ରାଜାରାମ ଷଡ଼ଙ୍ଗୀ ସମ୍ୟକ ସୂଚନା ପ୍ରଦାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ସ୍ୱର୍ଗତ ନବୀନ ଦାଶ ଙ୍କ ପରିବାରକୁ ସାମାଜିକ ସୁରକ୍ଷା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରକାଶ କରି ରାଜ୍ୟରେ ସାମ୍ବାଦିକ ପେନସନ୍ ଯୋଜନା କାର୍ଯ୍ୟକାରୀ ନ ହେବା ନେଇ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଥିଲେ I ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ସମାଜସେବୀ ସୁଧୀର ପୂଜାରୀ, ଓଡିଶା ସାଂସ୍କୃତିକ ସମାଜ ର ସଭାପତି ଡ଼. ପରେଶ ଚନ୍ଦ୍ର ଦାନୀ ସମ୍ପାଦକ ଦୀନବନ୍ଧୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ, ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଶ୍ରମିକ ନେତା ଗୋକୁଳ ମେହେର, ଜ଼ିଲ୍ଲା ଓକିଲ ସଂଘ ର ପୂର୍ବତନ ସଭାପତି ଡ଼. ପ୍ରମୋଦ ରଥ, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ଜ଼ିଲ୍ଲା ପରିଷଦ ପୂର୍ବତନ ସଭାପତି ଶୋଭାରାମ ପ୍ରଧାନ, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ସୁଧୀର ରଞ୍ଜନ ବହିଦାର,
ଡ଼. ସଂଜିପ ମିଶ୍ର, ବିଜେଡି ପକ୍ଷରୁ ମହମ୍ମଦ ସନାଉଲ୍ଲା, “ଜନ ସମୀକ୍ଷା” ର ସମ୍ପାଦିକା ସବିତା ମିଶ୍ର, “ଜନ ମୁଖ” ସମ୍ପାଦକ ବୀରେନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ, ରତ୍ନାକର ଭୋଇ, ସୁଧାଂଶୁ ମହାରଣା, ଶଙ୍କର ବେହେରା, ବିଷ୍ଣୁ ଦିବେଦୀ, ଅମଳେନ୍ଦୁ ନାୟକ, ଗୁଣମଣି ବିଶ୍ୱାଳ, ଯାନ୍ତ୍ରିକ ସଂଘ ପକ୍ଷରୁ ସଦାଶିବ ବିଶୋଇ, ସମ୍ବଲପୁର କୁଂଣହୁ ସମାଜ ର ଚନ୍ଦ୍ରମଣି ମିର୍ଦ୍ଦା, ଯବାନ ଏ ହିନ୍ଦ୍ କ୍ଲବ ର ମହମ୍ମଦ ଇସାକ୍, ଉମାକାନ୍ତ ସ୍ୱାଇଁ ପ୍ରମୁଖ ସୃତି ଚାରଣ ପୂର୍ବକ ସ୍ୱର୍ଗତ ସାମ୍ବାଦିକ ଶ୍ରୀ ଦାଶ ଙ୍କ ସୃତିଚାରଣ କରିଥିଲେ I ଏହି ଅବସରରେ ନବୀନ ଙ୍କ ଏକ ମାତ୍ର ପୁତ୍ର ବିକାଶ ଦାଶ ଙ୍କ ନାମରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପକ୍ଷରୁ ୧ ଲକ୍ଷ ଟଙ୍କା ର ସ୍ଥାୟୀ ଜମା ରାଶି ପ୍ରଦାନ କରିବାକୁ ସଂଘ ର ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ୱାଳ ଘୋଷଣା କରି ନବୀନ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଆୟୋଜିତ ସଭା ରେ ଅନ୍ୟ ମାନଙ୍କ ମଧ୍ୟ ରେ ଆତ୍ମାରାମ ସୁପକାର, ସତ୍ୟନ୍ଦ୍ର କୁମାର ଦାଶ, ଅମନଦୀପ ସିଂ ସାଲୁଜା, ଯଶବୀର ସିଂହ, ବିରାଜ ମିଶ୍ର, ନର୍ସିଙ୍ଗ ବଗର୍ତ୍ତି, ମାନସ ସାହୁ, ମଳୟ ଭୋଇ, ରାଜେଶ ବିଭାର, ଶ୍ରବଣ କୁମାର ପତି, ଧର୍ମେନ୍ଦ୍ର ପଟ୍ଟନାୟକ, ସରୋଜ ସେଠ୍, ସଂଜିପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I ସଭାପ୍ରାରମ୍ଭରେ ସ୍ବର୍ଗତ ସାମ୍ବାଦିକ ନବୀନ ଦାଶ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ୨ ମିଟିଟ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories