Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ଵାରା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପରିସରରେ ଆଜି ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ର ରବି ନାରାୟଣ ନାଏକଙ୍କ ଦ୍ୱାରା ବିଭିନ୍ନ କାର୍ଡ ବଣ୍ଟନ କରାଯାଇଥିଲା। ଏଥିରେ ନୂତନ ଭାବେ ଲେବର କାର୍ଡ ୬୦ ଜଣକୁ, ରାସନ କାର୍ଡ ୪୭ ଜଣଙ୍କୁ, ନୂତନ ଭତ୍ତା ୪୧ଜଣଙ୍କୁ, ବସୁନ୍ଧରା ଯୋଜନାରେ ନୂତନ ଘର ଡିହି ପଟ୍ଟା ୨୫୫ ଜଣଙ୍କୁ, ଜଙ୍ଗଲ ଜମି ପଟ୍ଟା ୩୦ ଜଣଙ୍କୁ ବଣ୍ଟା ଯାଇଥିବା ବେଳେ ଗୋପାଳନ ପାଇଁ ୧୬ ଜଣଙ୍କୁ କାର୍ଯ୍ୟର ୱାର୍କ ଅଡର ଏବଂ ବର୍ଷାରେ ଘର ଭାଙ୍ଗିଯାଇଥିବା ୬ ଜଣ ହିତାଧିକାରୀ ଙ୍କୁ ୪୦୦୦ ଟଙ୍କା ଲେଖା ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବହୁମୁଖି ଯୋଜନା ବିଷୟରେ ବିଶଦ ଭାବରେ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭିଣା ବିଲୁଙ୍ଗ, ସାଂସଦ ପ୍ରତିନିଧି ରମେଶ କୁମାର ସାହୁ, କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଦୁବରାଜ କିସାନ, ଜମନକିରା ମଣ୍ଡଳ ସଭାପତି ବିଜୟ କୁମାର ନାଏକ, ଗୁଣ୍ଡୁରୁଚୂଆଁ ମଣ୍ଡଳ ସଭାପତି ମନୋଜ କୁମାର ମାଝୀ, ସମାଜ ସେବୀ ଦୁଷ୍ମନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଡ ବଣ୍ଟନରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories