Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ରେ ସମ୍ବଲପୁରୀ କବିତା ପାଠ ସାଂସ୍କୃତିକ କାର୍ଯ୍ୟକ୍ରମ

ସମ୍ବଲପୁର:ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁବାର ଚଲିତ ବର୍ଷର ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବାହ୍ନ ରେ ସମୃଲପୁରୀ କବିତା ପାଠ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପଶ୍ଚିମାଞ୍ଚଳ ଲେଖକ ମଞ୍ଚ ର ସଂଯୋଜକ ଡଃ ସ୍ବୟଂ ପ୍ରକାଶ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ସମ୍ବଲପୁରୀ କବିତା ପାଠୋତ୍ସବରେ ୫୨ ଜଣ ସମ୍ବଲପୁରୀ କବି ସ୍ବରଚିତ କବିତା ପାଠ କରିଥିଲେ। ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଡକ୍ଟର ଶ୍ୟାମ ସୁନ୍ଦର ଧର, ସମ୍ମାନିତ ଅତିଥି ଭାବେ କବି , ଗୀତିକାର ତଥା ଗାୟକ ମୋତିଲାଲ ଦୋରା ଏବଂ ମୁଖ୍ୟ ବକ୍ତା ଭାବେ ସମ୍ବଲପୁରୀ କବି, ଗବେଷକ ମୁକ୍ତକଣ୍ଠ ପ୍ରଧାନ । ମୁଖ୍ୟ ଅତିଥି ଡ଼ ଧର କହିଥିଲେ ଯେ, ସମ୍ବଲପୁରୀ ଦିନ ଦିନକୁଦିନ ନୁଆଁଖାଇ ଭଲି ଦେଶ ବିଦେଶରେ ପ୍ରସାରିତ ହୋଇ ଚାଲିଛି। ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ସାରା ଜୀଵନର ସଂଘର୍ଷର ପରିଣାମ ମିଳିଛି। ସେହିପରି ମୁଖ୍ୟ ବକ୍ତା ମୁକ୍ତକଣ୍ଠ ପ୍ରଧାନ କହିଥିଲେ ସମ୍ବଲପୁରୀ ଭାଷାରେ ଲେଖୁଥିବା କବି ମାନଙ୍କୁ, ସମ୍ବଲପୁରୀ ଗାୟକ ମାନଙ୍କୁ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିସାରିଛନ୍ତି। ତଥାପି ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ ଆନ୍ଦୋଳନ କରିବାକୁ ପଡ଼ିବା ଦୁର୍ଭାଗ୍ୟଜନକ। ସମ୍ବଲପୁରୀ କବିତା ପାଠ ଉତ୍ସବକୁ
ପଙ୍କଜିନୀ ମେହେର, ଲଳିତ ଵେବର୍ତ୍ତl ଏବଂ ସୁଷମା ପ୍ରଧାନ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମର ସଂଯୋଜକ ଡଃ ପ୍ରମୋଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଲଳିତା ଭୋଇ, ଜୁଲି ମହାପାତ୍ର, ଝୁନୁ ତ୍ରିପାଠୀ, ଯାମିନୀ ଠାକୁର, ନର୍ମଦା ପ୍ରଧାନ, ଭୂମିସୁତା ମେହେର, ପଙ୍କଜିନୀ ବୈଠlରୁ, ସଂଘମିତ୍ରା ପଣ୍ଡା, ଛବି ପତି, କାନ୍ତି ମେହେର, ଅଳକା ମହାପାତ୍ର, ଶୋଭାଗିନୀ ପଟେଲ ଆୟୋଜନରେ ସହଯୋଗ କରି ଥିଲେ l ସେହିପରି ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଦ୍ମଶ୍ରୀ ଡଃ ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୂ ଉଦଘାଟନ କରିଥିଲେ। ଦେବୀପ୍ରସାଦ ଭୋଇଙ୍କ ନେତୃତ୍ବରେ ମାଁ ସମଲେଇ ଏବଂ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଡ଼ ହରିପାଲ ସମ୍ବଲପୁରୀ ଭାଷାର ମଧୁରତା ସହ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଆଶିର୍ବାଦ ସମସ୍ତଙ୍କୁ ଯୋଡି ପାରିଥିବା କହିଥିଲେ। ଏଥିରେ ୨୫ ଟି ସାଂସ୍କୃତିକ ଦଲ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ସତ୍ୟନାରାୟଣ ସାହୁ, ବିରୁପାକ୍ଷ ପ୍ରଧାନ, ଶ୍ୟାମଳୀ ପତି, ସ୍ୱାଗତିକା ପଣ୍ଡା ସଂଯୋଜନା କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ, ଫଟୋ ଏବଂ ସମ୍ବଲପୁରୀ ରିଲ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ପାଇଁ ଖାଦ୍ୟ ଏବଂ ସମ୍ବଲପୁରୀ କପଡା ଷ୍ଟଲ ଲଗାଯାଇଥିଲା କାର୍ଯ୍ୟକ୍ରମ ଆୟୋଜନ ରେ ରାହୁଲ ଗୁପ୍ତା, ରାଜେଶ ସ୍ବାଇଁ, ନିଶିକାନ୍ତ ବିଶ୍ୱାଳ, ଅମିତାଭ ମାଝୀ, ସନ୍ତୋଷ ବଢ଼ାଇ, କିଶୋର ଧରେଇ, ସୁବ୍ରତ ପ୍ରଧାନ, ପ୍ରେମ ସାହାଣୀ, ଶୂଭମ ସାହୁ, ଅବିନାଶ କଣ୍ଟା, ବଣ୍ଣାଲୀ ସାହୁ, ହିମାଂଶୁ ସାହୁ, ଶିବଶଙ୍କର ନାଥ, ଶଶାଙ୍କ ଥାପା ଶଙ୍କର ମେହେର, ସୁରେନ୍ଦ୍ର ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories