Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ଶିକ୍ଷା କେନ୍ଦ୍ର ପରିଦର୍ଶନ କରି ଯୋଗାଭ୍ୟାସ କଲେ ମନ୍ତ୍ରୀ ରବିନାରାୟଣ ନାଏକ

ସମ୍ବଲପୁର:ଗୁରୁବାର ପ୍ରାତଃ ୫:୩୦ମି ସମୟରେ ସ୍ଥାନୀୟ ଆଇ ଟି ଡି ଏ ମାର୍କେଟ କମ୍ପ୍ଲେକ୍ସ, କୁଚିଣ୍ଡା ସଭାଗୃହ ଠାରେ ଅଟଳ ଯୋଗ ସମିତି (ଟ୍ରଷ୍ଟ) ଦ୍ଵାରା ପରିଚାଳିତ ନିୟମିତ ଯୋଗାଭ୍ୟାସ କେନ୍ଦ୍ରକୁ ମାନ୍ୟବର କୁଚିଣ୍ଡା ବିଧାୟକ ତଥା ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ପରିଦର୍ଶନ କରିବା ସହିତ ଯୋଗାଭ୍ୟାସ କରିଥିଲେ।
ଯୋଗ କେନ୍ଦ୍ରର ମହିଳା ଶିକ୍ଷାର୍ଥୀ ଓ ଯୋଗ ଶିକ୍ଷିକା ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିବା ବେଳେ ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ସତ୍ୟନାରାୟଣ ଅଗ୍ରୱାଲ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଟଳ ଯୋଗ ସମିତିର ସଭାପତି ନଳିନୀ କାନ୍ତ ମହାନ୍ତି ତଥା ସମ୍ପାଦକ ରାଜେନ୍ଦ୍ର କୁମାର ପଟେଲଙ୍କ ନେତୃତ୍ୱରେ ବରିଷ୍ଠ ଯୋଗ ଶିକ୍ଷକ ପ୍ରବୀଣ କୁମାର ପଟେଲ ପ୍ରତ୍ୟକ୍ଷ ଉପସ୍ଥିତ ରହି ଯୋଗାଭ୍ୟାସ କରାଇଥିଲେ। ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ପରିଚାଳକ ପ୍ରମିଶ କୁମାର ପଟେଲ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ଯୋଗ ଶିକ୍ଷକ ଶୈଲେନ୍ଦ୍ର କୁମାର ପଟେଲ ପ୍ରବୀଣ ଭାଇଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ବରିଷ୍ଠ କର୍ମକର୍ତ୍ତା ବିନୟ କୁମାର ଅଗ୍ରୱାଲ ସମସ୍ତ ଅତିଥିଙ୍କୁ ଟି ସାର୍ଟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଯୋଗ ଶିକ୍ଷକ ଜଗନ୍ନାଥ ସାହୁ, ରୁବିରାଣୀ ପଟେଲ, ସୁଜାତା ପଟେଲ, ବରିଷ୍ଠ ମହିଳା ସଦସ୍ୟା ଶ୍ରୀମତୀ ଅନ୍ନପୂର୍ଣ୍ଣା ପୃଷ୍ଟି ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିବାବେଳେ କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନେକ ଯୋଗ ଶିକ୍ଷକଙ୍କ ସମେତ ପ୍ରାୟ ୪୦ ଜଣ ମହିଳା ଓ ପୁରୁଷ ଯୋଗ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ କୁଚିଣ୍ଡା ଠାରେ ଦୀର୍ଘଦିନରୁ ପରିଚାଳିତ ଯୋଗ ସମିତିର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ପ୍ରସ୍ତାବିତ ଅଟଳ ଯୋଗ ଟ୍ରଷ୍ଟ ଜରିଆରେ ସ୍ଥାୟୀ ଯୋଗ ପ୍ରଶିକ୍ଷଣ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ସମସ୍ତ ସହଯୋଗ କରିବା ନିମନ୍ତେ ତାଙ୍କର ସଙ୍କଳ୍ପକୁ ଦୃଢ଼ ଭାବେ ସ୍ମରଣ କରିଥିଲେ। ସୂଚନା ଯୋଗ୍ୟ ଯେ, କୁଚିଣ୍ଡା ଅଞ୍ଚଳରେ ଯୋଗ ଶିକ୍ଷା ତଥା ସଚେତନତା ସୃଷ୍ଟି ନିମନ୍ତେ ଅଟଳ ଯୋଗ ସମିତି ନିୟମିତ ଓ ନିରନ୍ତର ଭାବେ କାର୍ଯ୍ୟ କରୁଛି। ଏହି କାର୍ଯ୍ୟର ସ୍ଥାୟୀତ୍ବ ଓ ଆନୁଷ୍ଠାନିକ ପ୍ରସାର ନିମନ୍ତେ ଏକ ସ୍ଥାୟୀ ଟ୍ରଷ୍ଟ ଗଠନ ସହିତ ଆନୁଷ୍ଠାନିକ ଯୋଗ କେନ୍ଦ୍ର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories