Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଥା ଦେଇ କଥା ରଖିଲା ନାହିଁ ପ୍ରଶାସନ। ପୁଣି ରାସ୍ତା ରୋକ କଲେ ହୀରାକୁଦ ବିସ୍ଥାପିତ ଗ୍ରାମବାସୀ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମହକୁମା ଠାରୁ ସପ୍ନେ ସେତୁ ଦେଇ ଝାରସୁଗୁଡ଼ା ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ର ଦୂରାବସ୍ଥା ନେଇ ପୁଣି ରାସ୍ତା ରୋକ କଲେ ହୀରାକୁଦ ବିସ୍ଥାପିତ ଗ୍ରାମବାସୀ। ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇ ମଧ୍ୟ କଥା ରଖିଲା ନାହିଁ ତେଣୁ ପୁଣି ଥରେ ବାଧ୍ୟ ହୋଇ ଗ୍ରାମବାସୀ ରାସ୍ତା ରୋକ କରିଥିଲେ।
ସୂଚନାଯୋଗ୍ୟ ଗତ ବୁଧବାର ଦିନ ସକାଳ 8 ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ତୁରିଟିକ୍ରା ଛକ ଠାରେ ସାଲଡ଼, ତୁରିଟିକ୍ରା, ଯୁଗିପାଲି, ସପ୍ନେ, ବାରିକ ପାଲି, କୁର୍ଲା, ଗ୍ରାମ ର ଗ୍ରାମବାସୀ ରାସ୍ତା ରୋକ କରିଥିଲେ। ଖବର ପାଇ ରେଙ୍ଗାଲି ତହସିଲଦାର ଜ୍ଞାନରଞ୍ଜନ ମାଝୀ, ଅତିରିକ୍ତ ତହସିଲଦାର କିଶୋର କୁମାର ସାହୁ, ରେଙ୍ଗାଲି ଥାନା ଅଧିକାରୀ ଗୁରୁଦେବ କୁର୍ମି ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ସୁଶାନ୍ତ ନାୟକ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନ କାରୀ ଗ୍ରାମବାସୀ ଙ୍କ ଶହ ଆଲୋଚନା କରିଥିଲେ। ଆସନ୍ତା 8 ଅଗଷ୍ଟ ରେ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ରେ ଏକ ତ୍ରିପାକ୍ଷିକ ଆଲୋଚନା ହେବା ର ପତ୍ରିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା। କିନ୍ତୁ ପ୍ରଶାସନ ର ପ୍ରତିଶୃତି ର ଦୁଇ ଦିନ ପରେ ଶୁକ୍ରବାର ଦିନ ପୁଣି ଥରେ କମ୍ପାନୀ ର ଭାରି ଯାନ ଗୁଡ଼ିକ ଚାଲିବା ଆରମ୍ଭ ହୋଇଥିଲା। ଶୁକ୍ରବାର ଦିନ କମ୍ପାନୀ ର ଭାରି ଯାନ ଚାଲିବା ଦେଖି ଗ୍ରାମବାସୀ ପୁଣି ଥରେ ରାସ୍ତା କୁ ଓହ୍ଲାଇ ରାସ୍ତା ରୋକ କରିଥିଲେ। ଖବର ପାଇ ସଦର ଏସ ଡି ପି ଓ ତୁଫାନ ବାଗ, ସବ କଲେକ୍ଟର ଥିଲେ ପୁଷ୍ପାଞ୍ଜଳି ପଣ୍ଡା, ରେଙ୍ଗାଲି ଥାନା ଅଧିକାରୀ ଗୁରୁଦେବ କୁର୍ମୀ, ଠେଲକଲୋଇ ଥାନା ଅଧିକାରୀ ବୁଲୁ ସ୍ୱାଇଁ ଘଟଣା ସ୍ଥଳକୁ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା। ପରେ ବହୁ ବିଚାର ବିମର୍ଶ କରିବା ପରେ ସକାଳ 7 ଟା ରୁ ସଂଧ୍ୟା 6 ଟା ପର୍ୟ୍ୟନ୍ତ ଉକ୍ତ ରାସ୍ତା ରେ କମ୍ପାନୀ ର ଗାଡି ଚଲା ଚଳ ବନ୍ଦ ରହିବ ଓ ସଂଧ୍ୟା 6 ଟା ରୁ ସକାଳ 7 ଟା ପର୍ଯ୍ୟନ୍ତ କମ୍ପାନୀ ର ଗାଡ଼ି ଚାଲିବ ଯେ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନହୋଇଛି ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତା ରୋକ ରୁ ହଟିଥିଲେ।
ଏବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି ପ୍ରଶାସନ କାହାର। ପ୍ରଶାସନ ଉପରେ କମ୍ପାନୀ ବୋଳି ଲୋକେ କଥା ହେଉଛନ୍ତି। ଜଣେ ପ୍ରଶାସନିକ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଯଦି କାମ ଦେଉନାହିଁ ତେବେ ଲୋକେ ଗୁହାରି କରିବେ କାହାକୁ। ଯଦି ସାଧାରଣ ଲୋକଙ୍କ କିଛି ଅସୁବିଧା ହେଲେ ପ୍ରଶାସନ ଗୋଟିଏ କାନ ରେ ଶୁଣି ଅନ୍ୟ କାନ ରେ ବାହାର କରିଦେଉଛି। ଯେତେବେଳେ କମ୍ପାନୀ ର କିଛି ଅସୁବିଧା ହେଲେ ତୁରନ୍ତ ସମାଧାନ ପାଇଁ ପହଞ୍ଚି ଆସୁଛି। ଲୋକଙ୍କ ପଇସା ରୁ ଦରମା ପାଉଥିବା ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ କାମ ଭୁଲି କମ୍ପାନୀ ର କାମ ରେ ଲାଗିଛନ୍ତି ବୋଲି ଲୋକେ କଥା ହେଉଥିବାର ଶୁଣିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories