Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ବିଭିନ୍ନ ସ୍କୁଲ ରେ ସମ୍ବଲପୁରୀ ଦିନ ପାଳନ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ବିଭିନ୍ନ ସ୍କୁଲ ରେ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଅଗଷ୍ଟ 1 ତାରିଖ ଦିନ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିନ କୁ ସମ୍ବଲପୁରୀ ଦିନ ଭାବରେ ପଲନ କରାଯାଇଛି।
ରେଙ୍ଗାଲି ର ଏକମାତ୍ର ପ୍ଲେ ସ୍କୁଲ ଯୁଗାନ୍ତର କିଡଜ ରେ ସମ୍ବଲପୁରୀ ଦିନ ବହୁ ଜୋରଦାର ଭାବରେ ପଳନ କରାଯାଇଛି। ସ୍କୁଲ ର ସମସ୍ତ କୁନି କୁନି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ବଲପୁରୀ ପୋଷାକ ପିନ୍ଧି ଆସିଥିଲେ। ସ୍କୁଲ ରେ ନାଚ ଗୀତ କରି ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା।
ରେଙ୍ଗାଲି ସ୍ଥିତ ମଡର୍ଣ ପବ୍ଲିକ ସ୍କୁଲ ରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା। ସ୍କୁଲ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପଧାନ ଙ୍କ ସଭାପତିତ୍ବ ରେ ଏହି ଦିନ ପଳନ କରାଯାଇଥିଲା। ମା ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ ଓ ଫୁଲ ମାଳ ଦେଇ ପୂଜା କରାଯାଇଥିଲା। ସମ୍ବଲପୁରୀ ଭାଷା, ନାଚ ଓ ସଂସ୍କୃତି ବିଷୟରେ ଆଲୋଚନା କରାଯାଇଥିଲା ଓ ପରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସମ୍ବଲପୁରୀ ସଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେଙ୍ଗାଲି ଠାରେ ଆଜି ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି ।
ଏହି ଅବସରରେ ବିଦ୍ୟାଳୟର ସଂପାଦକ ସରୋଜ ବିଶୋଇ ,ନୂଆ ରମ୍ପେଳା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋଜ କୁମାର ନାୟକ ଓ ସୁରଜମଳ ମହାବିଦ୍ୟାଳୟର ଲଳିତ ସାହୁ,ମୀନାକ୍ଷୀ ରାଉତ ପଶ୍ଚିମ ଓଡ଼ିଶାର ସ୍ୱନlମ ଗାୟିକା ଓ ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ଗହୀର ଅତିଥି ଭାବରେ ଯୋଗଦେଇଥିଲେ l
ରେଙ୍ଗାଳି ସ୍ଥିତ ଷ୍ଟେସନ ବସ୍ତି ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories