Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ଘାଟିରେ ଦୁର୍ଘଟଣା, ଖେଳ ଶିକ୍ଷକ ଗୁରୁତର

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼ରମା ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି ଦୁର୍ଘଟଣାରେ ଜମନକିରା ବ୍ଲକ କଟଙ୍ଗପାଣି ଗ୍ରାମର ହରିହର ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାଇ ହରିହର ସମ୍ବଲପୁର ଜିଲ୍ଲା ବୁଢ଼ାରାଜା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଯୋଗଦେଇ ନିଜ ଘରକୁ ସନ୍ଧ୍ୟା ସାଢେ଼ ୬ଟା ସମୟରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ସହିତ ଧକ୍କା ହୋଇଥିଲେ। ଧକ୍କା ଫଳରେ ହରିହର ଙ୍କ ହାତରେ ଏବଂ ଛାତିରେ ଆଘାତ ହୋଇଛି। ହରିହରଙ୍କ ସହିତ ଥିବା ଅନ୍ୟ ଖେଳ ଶିକ୍ଷକ ମାନେ ଏନଏଚ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ପଠାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବରଗଡ ବିକାଶ ନାମକ ଏକ ଘରୋଇ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଦୁର୍ଘଟଣା ଯୋଗୁଁ ଘାଟିରେ କିଛି ସମୟ ପର୍ଯ୍ୟନ୍ତ ଉଭୟ ପଟେ ଗାଡି ଜାମ ଲାଗି ରହିଥିଲା। ହରିହର ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସରକାରୀ ବିଦ୍ୟାଳୟ ରେ ଖେଳ ଶିକ୍ଷକ ଭାବେ ନିୟୋଜିତ ଅଛନ୍ତି। ହରିହର ଙ୍କ ଦୁର୍ଘଟଣା ଖବର ପାଇ ଶିକ୍ଷକ ମହଲରେ ଦୁଃଖ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories