Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ନିଯୁକ୍ତି ଦାବି ନେଇ ଜାତୀୟ ରାଜପଥ କୁ ଅବରୋଧ କଲେ ଛାତ୍ରୀଛାତ୍ର; ସାମୟିକ ଶିକ୍ଷକ ଯୋଗଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କଦଳିପାଲ ଠାରେ ଗର ୧ବର୍ଷ ତଳୁ ଉଚ୍ଚ ବିଦ୍ୟାଳୟ ଖୋଲା ଯାଇଥିବା ସତ୍ବେ କୌଣସି ଶିକ୍ଷକ ନିଯୁକ୍ତି ହୋଇ ନଥିବା ଯୋଗୁଁ ଆଜି ଛାତ୍ରଛାତ୍ରୀ ମାନେ ନ୍ୟାୟ ପାଇବା ପାଇଁ ପ୍ରଥମେ ୨ ଘଣ୍ଟା ସ୍କୁଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ପରେ ଦିନ ୧୧ଟା ରୁ ଅପରାହ୍ନ ସାଢେ଼ ୧ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୩ କୁ ସ୍କୁଲ ସମ୍ମୁଖରେ ଅବରୋଧ କରିଥିଲେ। ତେବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାୟକ, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ଅତିରିକ୍ତ ତହସିଲଦାର ସୌରଭ କୁମାର ସାହୁ, ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରମୁଖ ରାସ୍ତାରୋକ ସ୍ଥାନକୁ ଯାଇ ବୁଝାସୁଝା କରିଥିଲେ। ଆସନ୍ତା ୭ ଦିନ ମଧ୍ୟରେ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଦୁଇଜଣ ଶିକ୍ଷକ ଙ୍କୁ ୭ ଦିନ ପାଠ ପଢେଇବା ପାଇଁ ନିୟୋଜିତ ପରେ ରାସ୍ତାରୋକ ହଟିଥିଲା। ଅପରାହ୍ନ ସାଢେ଼ ୧ ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।
ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଳୁଣ୍ଡୀ ପଞ୍ଚାୟତ କଦଳିପାଳ ଠାରେ ଅନେକ ବର୍ଷ ହେବ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଇଥିଲା। ଗତ ୨୦୨୪-୨୫ ଶିକ୍ଷା ବର୍ଷରେ ପ୍ରଥମ କରି ୯ମ ଶ୍ରେଣୀର ଶୁଭାରମ୍ଭ ହୋଇଥିଲା। ଏହି ନବମ ଶ୍ରେଣୀରେ ୨୧ ଜଣ ଛାତ୍ରିଛାତ୍ର ଅଧ୍ୟୟନ କରୁଥିଲେ। କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ କୌଣସି ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇ ନଥିଲା। ଚଳିତ ବର୍ଷ ଉକ୍ତ ଛାତ୍ରିଛାତ୍ର ମାନେ ୧୦ମ କୁ ଉତ୍ତୀର୍ଣ୍ଣ ହେଲେ। ପୁନର୍ବାର ୯ମ ଶ୍ରେଣୀରେ ୧୯ ଜଣ ଛାତ୍ରିଛାତ୍ର ନାମ ଲେଖିଥିଲେ। ହେଲେ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ। ଏସମାସ୍ୟା ସମ୍ପର୍କରେ ଛାତ୍ରୀ ଛାତ୍ର ଓ ଅବିଭାବକ ମାନେ ବିଭିନ୍ନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଟି ଶିକ୍ଷା ଅଧିକାରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର କୌଣସି ପ୍ରତିକାର କରାଯାଉ ନଥିବାରୁ ଆଜି ବାଧ୍ୟ ହୋଇ ୧୩୦ ରୁ ଅଧିକ ଛାତ୍ରିଛତ୍ର ମାନେ ମିଶି ଆଜି ପୂର୍ବାହ୍ନ ୯ ଘଣ୍ଟା ସମୟରେ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସ୍କୁଲରେ ପାଠ ପଢ଼ାଉଥିବା ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ କୁ ଛାଡ଼ି ନଥିଲେ। ପରେ ୧୧ ଟାରେ ସମ୍ମୁଖରେ ଥିବା ଜାତୀୟ ରାଜପଥ ୫୩ କୁ ସ୍କୁଲ ସମ୍ମୁଖରେ ଅଢେଇ ଘଣ୍ଟା କାଳ ଅବରୋଧ କରିଥିଲେ। ଯଦ୍ୱାରା ଉଭୟ ପଟରେ ଶହ ଶହ ଯାନ ବାହନ ଅଟକି ରହିଥିଲା। ଏବେ ଛାତ୍ରୀ ଛାତ୍ରଙ୍କ ମନରେ ଏକ ପ୍ରଶ୍ନ ଉଠୁଛି କି, ଆଜି ଯେଉଁ ୨ ଜଣ ଶିକ୍ଷା ଯୋଗଦାନ କରି ପାଠ ପଢେଇଛନ୍ତି। ଆସନ୍ତାକାଲି ଠାରୁ ନୂତନ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଯଦି ନଆସନ୍ତି, ତାହେଲେ ପୁନର୍ବାର ରାସ୍ତାରୋକ କରାଯିବ ବୋଲି ଛାତ୍ରୀଛାତ୍ରଙ୍କ ପକ୍ଷରୁ ଶୁଣାଜଣା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories