Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଦିନିଆ ନୂଆଖାଇ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେଇ ନୂଆଖାଇ ପରଦିନକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଚଳିତ ଅଗଷ୍ଟ ୨୯ ତାରିଖ ଛୁଟି ରହିବ। ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ (ଦ୍ୱିତୀୟ ଶନିବାର)କୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଗଲା। ଭୁବନେଶ୍ୱର ୨୬ ଅଗଷ୍ଟ ୨୦୨୫ କୃଷି ଭିତ୍ତିକ ଗଣପର୍ବ ନୂଆ ଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ।

ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ)ପାଇଁ ଛୁଟି ଘୋଷଣା କରିଛନ୍ତି। ତେବେ ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ ତଥା ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ